ବିଜେପି ନେତ୍ରୀଙ୍କୁ ଅସଦାଚରଣ ଘଟଣା: ୩ ପୁଲିସ୍‌ଙ୍କ ନାଁରେ ଏତଲା

ଭୁବନେଶ୍ୱର: ବିଜେପି ମହିଳା କର୍ମୀଙ୍କୁ ପୁଲିସ୍‌ର ଅସଦାଚରଣ ଅଭିଯୋଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ ୩ ପୁଲିସ୍‌ ଅଧିକାରୀଙ୍କ ନାଁରେ ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଏସିପି ନିର୍ମଳ ଶତପଥୀ ଓ ଏସିପି ଅନୁପ କାନୁନଗୋ। ଦୋଷୀ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି।

ଗତକାଲି ନବୀନ ନିବାସ ଘେରାଉ ବେଳେ ପୁଲିସ୍‌ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ୍‌ ରାଜମହଲ ଛକରେ ଅଟକାଇଥିବା ବେଳେ କିଛି ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଞ୍ଚିଯାଇଥିଲେ।

ସେଠାରେ ମୁତୟନ ହୋଇଥିବା ପୁରୁଷ ପୁଲିସ୍‌ ମହିଳା ନେତ୍ରୀଙ୍କୁ ଅଟକାଇବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ବୟାନକୁ ବିରୋଧ କରି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ଯିବାବେଳେ ଏଭଳି ଘଟିଥିବା ଅଭିଯୋଗ ହୋଇଛି।

You might also like