• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କୋରାପୁଟ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭରୁ ହିଁ ବିଭ୍ରାଟ ଦେଖା ଦେଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଯାଇଛି। ଏହି ଘଟଣାର ତଦନ୍ତରେ ତତ୍ପରତା ଦେଖାଇ କୋରାପୁଟ୍ ଜିଲ୍ଲାର ଦୁଇ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇଛି ।

କୋରାପୁଟ DEOଙ୍କ ଏତଲାକୁ ଭିତ୍ତି କରି ବନ୍ଧୁଗାଁ ହାଇସ୍କୁଲ୍‌ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍ ଓ ଅନ୍ୟ ଜଣେ ଶିକ୍ଷକଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । ନୂଆପଡ଼ା ଜିଲାରୁ ଓଡ଼ିଆ ପ୍ରଶ୍ନପତ୍ର ଲିକ୍‌ ହୋଇ ଖୁବ୍‌ କମ୍‌ ସମୟରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇଥିଲା। ଗତକାଲି ଏହି ମାମଲାରେ ନୂଆପଡ଼ା ଜିଲ୍ଲା ବୋଡେନ ପୋଲିସ୍ ଦ୍ୱାରା ଦୁଇ ଜଣ ଗିରଫ ହୋଇଛନ୍ତି। ଭାଇରାଲ୍ ମାମଲାରେ ମୋଟ ୭ ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଛି ।

ପରୀକ୍ଷା ସୁପରିଚାଳନା ନିମେନ୍ତ ଜିଲାପାଳଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ ହେବା ଚିନ୍ତାର ବିଷୟ। ଚଳିତ ବର୍ଷ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ର ପରୀକ୍ଷା ଦେଉଥିବା ବେଳେ ଏହା ସେମାନଙ୍କ ଭାଗ୍ୟ ସହ ଖେଳ ବୋଲି ଅଭିଭାବକ ମହଲରେ ଅଭିଯୋଗ ହେଉଛି।

Fir-against-2-teachers-of-koraput-for-matric-ouestion-paper-viral
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories