ପାରିଶ୍ରମିକ ଦେଲାନି ବାବୁ, ଓଲଟି ହାତ ଓ ଗୋଡ଼ ଆଙ୍ଗୁଳି କାଟିଦେଲା

ନୂଆପଡ଼ା (ମାୟାଧର ସରାଫ): ଶ୍ରମିକ ପାଇଁ ନୃଶଂସ ହେଲା ବାବୁ। ଟଙ୍କା ମାଗିବାରୁ ହୋତ ଓ ଗୋଡ଼ର ଆଙ୍ଗୁଳି କାଟିଦେଲା। ସୁଦୂର ମହାରାଷ୍ଟ୍ର ନାଗପୁରରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ସାଂଘାତିକ ନିର୍ଯାତନା। ପାରିଶ୍ରମିକ ଟଙ୍କା ମାଗିବାରୁ ଗୋଡ଼ ଓ ହାତର ଅଙ୍ଗୁଳି କାଟିଦେଲେ ଦାଦନ ଦଲାଲ୍। ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରୁ। ଦାଦନ ଜଣକ ଘରକୁ ଫେରିବା ପରେ ବଖାଣିଛନ୍ତି ପୂରା ଘଟଣା।

ଗତ ରଥଯାତ୍ରା ସମୟରେ କୋମନା ଥାନା ଟିକରାପଡ଼ା ଗାଁର ଚମାରୁ ପହରିଆଙ୍କୁ ୨ ଜଣ ଦଲାଲ ଦୋଲା ସତନାମୀ ଓ ବିଦେଶୀ ସୁନାନୀ ମହାରାଷ୍ଟ୍ରର ନାଗପୁରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଏକ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଥିଲେ। ମାତ୍ର ପାରିଶ୍ରମିକ ବାବଦକୁ ମଜୁରୀ ତାଙ୍କୁ ମିଳିନଥିଲା।

ମଜୁରୀ ମାଗିବାରୁ ଦଲାଲମାନେ ତାଙ୍କୁ ମଦ ପିଆଇ ଦେଇଥିଲେ। ପରେ ଦଲାଲମାନେ ନିଶାସକ୍ତ ଅବସ୍ଥାରେ ଚମାରୁଙ୍କ ଡାହାଣ ହାତର ୩ଟି ଆଙ୍ଗୁଠି ଓ ଡାହାଣ ଗୋଡ଼ର ୫ଟି ଆଙ୍ଗୁଠି କାଟି ଦେଇଥିବା ଅଭିଯୋଗ ହୋଇଛି। ତା’ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ନାଗପୁର ରେଳ ଷ୍ଟେସନ୍‌ର ପ୍ଲାଟଫର୍ମରେ ଫିଙ୍ଗି ଦେଇଥିଲେ।

ରେଳୱେ ସୁରକ୍ଷା ପୁଲିସ ତାଙ୍କୁ ଉଦ୍ଧାର କରି ନାଗପୁର ସିଟି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ। ମାତ୍ର ଜୀବନ ଭୟରେ ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିଲେ। ତେବେ ହାତ ଓ ଗୋଡ଼ର ଘାଆ ଶୁଖିନଥିବାରୁ ଆଜି ଯନ୍ତ୍ରଣା ହୋଇଥିଲା। ତେଣୁ ପରିବାର ଲୋକେ ତାଙ୍କୁ କୋମନା ମେଡିକାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ। ଏହି ସମୟରେ ପଚରାଉଚରା ବେଳେ ପୂରା ଘଟଣା ଉପରୁ ପରଦା ହଟିଛି। ଏନେଇ କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like