ରାସ୍ତାକୁ ଗୋରୁଗାଈ ଛାଡ଼ିଲେ ଗଣିବେ ୫ ହଜାର ଟଙ୍କା ଫାଇନ୍

ଭୁବନେଶ୍ୱର: ରାଜଧାନୀରେ ଗୋ ପାଳକ ସାବଧାନ ! ଏଣିକି ବୁଲା ଗୋରୁଗାଈଙ୍କ ଉପରେ କଡ଼ା ନଜର ରଖିବ ବିଏମ୍‌ସି। ଯଦି କୌଣସି ଗୋ ପାଳକ ସେମାନଙ୍କର ଗୋରୁଗାଈଙ୍କୁ ରାସ୍ତାକୁ ଛାଡ଼ି ଧରାପଡ଼ନ୍ତି, ତା’ହେଲେ ସେମାନଙ୍କୁ ୫ ହଜାର ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ।

ଯଦି କୌଣସି ସ୍ଥାନରେ ଗୋରୁଗାଈ ବୁଲୁଥିବେ, ତା’ହେଲେ ସେମାନଙ୍କୁ ବିଏମ୍‌ସିର ଟିମ୍ ଧରି କାଞ୍ଜିଆ ହୁଦାରେ ରଖିବେ। ଏହାପରେ ଗୋରୁଗାଈଙ୍କୁ ମୁକୁଳାଇବା ପାଇଁ ଗୋ ପାଳକଙ୍କୁ ୫ ହଜାର ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ।

ତେବେ ଗୋରୁଗାଈଙ୍କୁ ଧରାଯିବାର ତିନି ଦିନ ମଧ୍ୟରେ ତାହା ସେମାନଙ୍କର ଗୋରୁଗାଈ ବୋଲି ଗୋପାଳକ ଦାବି କରିପାରିବେ। ଯଦି ଦ୍ୱିତୀୟ ଥର ଗୋରୁଗାଈ ଧରାପଡ଼ନ୍ତି, ତାହେଲେ ସମ୍ପୃକ୍ତ ଗୋରୁଗାଈଙ୍କୁ ପଡୋଶୀ ଜିଲ୍ଲାର ଯେଉଁ ସ୍ୱଂୟ ସହାୟକ ଗୋଷ୍ଠୀ ଡାଏରୀ ଫାର୍ମ କରିଥିବେ ସେମାନଙ୍କୁ ହସ୍ତାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି।

You might also like