ମାନିଲେନି କୋଭିଡ କଟକଣା, ଫାଇନ୍‌ ଗଣିଲେ ଭୁନନେଶ୍ୱରର ୩ ଶୋ’ରୁମ୍‌

ଭୁବନେଶ୍ୱର:କୋଭିଡ ନିୟମ ନ ମାନିବାରୁ ତଣ୍ଡ ଗଣିଛନ୍ତି ଭୁବନେଶ୍ୱରର ୩ ଶୋ ରୁମ୍‌।  ଅଶୋକ ନଗରରେ ଅବସ୍ଥିତ ଏହି ପ୍ରମୁଖ ୩ଟି ଶୋ ରୁମକୁ ଜରିମାନା କରିଛନ୍ତି ବିଏମ୍‌ସି ଏବଂ ବିଡିଏ।

ଦିନକୁ ଦିନ ଭୁବନେଶ୍ୱରରେ ଲୋକାଲ କେସ୍‌ ବଢୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ସରକାର। ଏପରି ପରିସ୍ଥିତିରେ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି BMC/BDA। ଏ ନେଇ ଆଜି BMC/BDAର ମିଳିତ ସ୍କ୍ୱାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଚଢାଉ ବେଳେ ଏସବୁ ଶୋ ରୁମରେ  ସାମାଜିକ ଦୂରତ୍ୱ ନ ମାନିବା ଓ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଏହି କାରଣରୁ BMC/BDAର ଜଏଣ୍ଟ ସ୍କ୍ୱାଡ ଏପରି ଜରିମାନା କରିଛି। 

ଏଥିସହିତ  ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ଖୋଲିଥିବା ଏକ ଜିମ୍ ସେଣ୍ଟରକୁ ମଧ୍ୟ ସିଲ୍ କରାଯାଇଛି ।

ଆହୁରି ପଢ଼ନ୍ତୁ

You might also like