• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଏଣିକି ମହଙ୍ଗା ପଡ଼ିପାରେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇବା। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ।

ରାଜ୍ୟ ପୋଲିସ୍‌ ଏବଂ ପରିବହନ କମିଶନରଙ୍କୁ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।ପରିବହନ ବିଭାଗ ସଚିବ ପୋଲିସ୍‌ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ରେ ହେଲ୍‌ମେଟ୍ ଆଇନର ଉଲ୍ଲଘଂନ ପାଇଁ ବହୁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା। ଗତବର୍ଷ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ମଧ୍ୟରୁ ୪ ହଜାର ୬ଶହ ୮୮ଟି ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଯାନ ଥିଲା। ଏଥିରେ ୨ହଜାର ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। କେବଳ ହେଲ୍‌ମେଟ୍ ପିନ୍ଧି ନ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଯଦି ଗାଡ଼ି ଚଳାଉଥିବା ସମୟରେ ଏମାନେ ହେଲ୍‌ମେଟ୍‌ ପିନ୍ଧିଥାନ୍ତେ, ହୁଏତ ଅନେକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ଚିଠିରେ ଦର୍ଶାଇଛନ୍ତି ପରିବହନ ସଚିବ।

ଏହାକୁ ଦୃଷ୍ଟିରେ ରଖି ଏମ୍‌ଭି ଆକ୍ଟ ୧୯୪-ଡି ଅନୁଯାୟୀ ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସହ ଅମାନିଆଙ୍କ ଡିଏଲ୍(ଡ୍ରାଇଭିଂ ଲାଇସେନ୍ସ) ବାତିଲ କରାଯାଉ ବୋଲି ପରିବହନ ସଚିବ ଡିଜିପିଙ୍କୁ ଚିଠି ଲେଖିଛନ୍ତି। ନିୟମକୁ କଡ଼ାକଡି ଲାଗୁ କରି ଆଗାମୀ ୭ ଦିନ ମଧ୍ୟରେ କେତେ ଡିଏଲ୍ ବାତିଲ କରାଯାଇଛି, ତାର ତଥ୍ୟ ଜଣାଇବାକୁ ଡିଜିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ। 

Fine-for-driving-without-helmet-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories