• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଟକ: (ରିପୋର୍ଟ-ଦେବାଶିଷ ମହାନ୍ତି) କଟକରେ ପୁଣି ଭେଜାଲ୍ ଜର୍ଦ୍ଦା କାରଖାନା ଠାବ। କଟକ ସଦର ଥାନା ପୋଲିସ ପୁଣି ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଥିବା ନେଇ ସୂଚନା ମିଳିଛି। ତେବେ କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୋଲିସ ଏହି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଛି। କାରଖାନାରୁ ୪ କୁଇଣ୍ଟାଲରୁ ଅଧିକ ନିମ୍ନମାନର ଗୁଣ୍ଡି ସହ କେମିକାଲ ଜବତ ହୋଇଛି। ବହୁ ନାମୀଦାମି କମ୍ପାନୀର ପ୍ୟାକିଂ ଓ ଲୋଗୋ ମଧ୍ୟ ଜବତ କରାଯାଇଛି।

କଟକ ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ସାସୋଳ ଗାଁରେ ୨୦୦୭ ମସିହାରୁ ଏହି ଫ୍ୟାକ୍ଟ୍ରି ଚାଲିଥିଲା। ଏନେଇ ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ। କିନ୍ତୁ ଆଜି ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ କାରଖାନାରେ ଚଢାଉ କରିଥିଲେ। ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚଳାଇଛି। ପୂର୍ବରୁ କଟକରୁ ନକଲି ଘିଅ, ନକଲି ତେଲ, ନକଲି ପନିର କାରଖାନା ଠାବ ହୋଇଥିଲା।

ପୂର୍ବରୁ ଅନେକ ନକଲି କାରଖାନା ଠାବ କରାଯାଇଛି। ଟମାଟ୍ ସସ୍, ତରକାରୀ ମସଲା, ସ୍ୱାସ୍ଥ୍ୟକାରୀ ଘିଅ କି ମୁଖବିଳାସ ପାଇଁ ଜର୍ଦ୍ଦା ଯାହାକୁ ଖାଇବେ ସିଏ ଭେଜାଲ୍। ବଟଲ ହେଉ କି ପଲି ପ୍ୟାକ୍ ନାମୀ ବ୍ରାଣ୍ଡ ନାଁରେ କିଣିବା ବେଳେ କୋଉଟା ଅସଲି, କୋଉଟା ନକଲି ଜାଣିବା ମୁସ୍କିଲ। ଗ୍ରାହକ ତ ଗ୍ରାହକ, ଖୋଦ୍ ଖୁଚୁରା ବ୍ୟବସାୟୀ ବି ଚିହ୍ନି ପାରୁନାହାନ୍ତି ଅରଜିଲାନ୍ କି ଡ୍ୟୁପ୍ଲିକେଟ୍। ଗଲା କିଛି ଦିନ ଭିତରେ କଟକ  ଯେତେସବୁ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କାରଖାନା ଠାବ ହେଲାଣି, ତାକୁ ନେଇ ଛାନିଆ ସାଧାରଣ ଜନତା। କହିବାକୁ ଗଲେ ସିଧାସଳଖ ଖାଉଟିଙ୍କ ସ୍ୱାସ୍ଥ୍ୟ ସହ ଚାଲିଛି ସାଂଘାତିକ ଖେଳ ଚାଲିଛି।

ଭଲ ହଳଦୀଗୁଣ୍ଡ କି ଲଙ୍କା ଗୁଣ୍ଡ ବୋଲି ଯାହାକୁ କିଣୁଛେ ସେଥିରେ ମିଶୁଛି ପୋକରା ଚାଉଳ ଗୁଣ୍ଡ ସାଙ୍ଗକୁ ହାନୀକାରକ ରଙ୍ଗ ଆଉ ସୁଆଦିଆ ସସ୍‌ରେ ତ ସିଧାସଳଖ ମିଶୁଛି ଅମୃତଭଣ୍ଡା, ନହେଲେ କଖାରୁ ପେଷ୍ଟ।

ସେମିତି ନକଲି ଜର୍ଦ୍ଦା ତିଆରି ହେଉଛି ଶୁଖିଲା ଅମୃତଭଣ୍ଡାପତ୍ର ସାଙ୍ଗକୁ ସେଣ୍ଟରେ। ତେବେ ସବୁଠୁ ଅଧିକ ଭେଜାଲ୍ ଜିନିଷ କୁଆଡ଼େ ପୂଜା ସାମଗ୍ରୀ ଦୋକାନରେ ମିଳୁଥିବା ଅଭିଯୋଗ ଗଙ୍ଗାଜଳ, କର୍ପୂର, ଚୁଆ, ମହୁ ଓ ଘିଅ ଭଳି ସାମଗ୍ରୀ ଭିତରୁ ଯାହାକୁ ଛୁଇଁବେ ସିଏ ଭେଜାଲ୍। ଖୁଚୁରା ବ୍ୟବସାୟୀ ହୁଅନ୍ତୁ କି ସାଧାରଣ ଖାଉଟି, ସମସ୍ତେ ଟେନସନ୍‌ରେ।

ବଜାରରେ ବେଫିକର ବିକ୍ରି ଚାଲିଛି ଭେଜାଲ ଖାଦ୍ୟ ସାମଗ୍ରୀ। ଟଙ୍କା ଦେଇ କିଣା ହେଉଛି ବିଷ ଗଭୀର ହାନିକାରକ। ଏସବୁ ଜିନିଷ ଖାଇଲେ କଣ ହେବ ଶରୀର ଅବସ୍ଥା? ତାକୁ ନେଇ ଘାରିଲାଣି ଚିନ୍ତା। ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଏସବୁ ସାମଗ୍ରୀ ଖାଦ୍ୟ ଆକାରରେ ସିଧାସଳଖ ଶରୀର ଭିତରକୁ ଯାଉଥିବାରୁ ଯକୃତ ଉପରେ ସାଂଘାତିକ ପ୍ରଭାବ ପକାଇବ। ଦରକାର ପଡ଼ିଲେ ଲିଭର କ୍ୟାନସରରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ଅଧିକ। ତାସହ ଏସବୁ ଅପମିଶ୍ରିତ ସାମଗ୍ରୀ ହଜମ ଶକ୍ତିକୁ ଦୁର୍ବଳ କରିବା ସହ ଗ୍ୟାସ୍ ଜନିତ ରୋଗ ମଧ୍ୟ ସୃଷ୍ଟି କରିପାରେ। ଯାହାଫଳରେ ହାର୍ଟ ଓ ଲିଭର ଅକାମୀ ହେବା ସହ ମାରାତ୍ମକ କର୍କଟ ରୋଗ ମଧ୍ୟ ସୃଷ୍ଟି କରିବ। ତେଣୁ ପ୍ରାଥମିକ ସ୍ତରରୁ ଏହାକୁ ରୋକାଯିବା ଦରକାର। ତେବେ କେବେ ଏସବୁ ନକଲି କାରଖାନା ପୂରାପୂରି ବନ୍ଦ ହେବ ତାହା ଦେଖିବାକୁ ବାକି ରହିଲା।

 

Find-one-fake-factory-after-another
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories