ଏଥର କେମିତି ହେବ ବଜେଟ୍‌ର ରୂପରେଖ ? ତା’ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଶିଥିଳ ଅର୍ଥନୀତିକୁ ପ୍ରଗତିଶୀଳ କରିବା ଲାଗି କେଉଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଅର୍ଥମନ୍ତ୍ରୀ ଏବେ ତା’ ଉପରେ ସମସ୍ତଙ୍କ ନଜର। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଷ୍ଟ୍ରାଟେଜି କ’ଣ ରହିଛି, ଅର୍ଥନୀତିକୁ ବିକାଶ ରାସ୍ତାରେ ଫେରାଇ ଆଣିବା ଲାଗି କେଉଁ କେଉଁ କ୍ଷେତ୍ରକୁ ଫୋକସ୍‌ରେ ରଖିଛନ୍ତି ଅର୍ଥମନ୍ତ୍ରୀ, ଆଜି ବଜେଟ୍ ଉପସ୍ଥାପନ ହେବା ପରେ ଏସବୁ କିଛି ସ୍ପଷ୍ଟ ହୋଇଯିବ।

ସେହିପରି ଏଥର ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ, ରାଜ୍ୟ ସରକାର କେନ୍ଦ୍ରରୁ କେତେ ଅର୍ଥ ପାଇବେ ଏବଂ ବିଶେଷତଃ ରେଳ ବଜେଟ୍‌ରେ କିଭଳି ରୂପରେଖ ରହିବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ରେଲ୍‌ୱେ ପାଇଁ ରାଜ୍ୟ କୌଣସି ନିର୍ଦ୍ଦିଷ୍ଟ ଅନୁଦାନ ଦାବି କରି ନ ଥିଲେ ମଧ୍ୟ, ପୂର୍ବାପେକ୍ଷା ଏହା ଉତ୍ସାହପ୍ରଦ ରହିବ ବୋଲି ଆଶା କରାଯାଉଛି।

You might also like