ଶ୍ରୀକାନ୍ତଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଶୃଙ୍ଖଳା କମିଟିରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରସ୍ତାବ ପାରିତ

ଭୁବନେଶ୍ୱର : ଘର କଳି ତୁଟାଇବାକୁ ରାଜ୍ୟ କଂଗ୍ରେସର ଚରମ ପଦକ୍ଷେପ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ। କିଛି ଦିନ ତଳେ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା କରି ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଥିଲା।

ପୂର୍ବରୁ ଓବିସି ଓ SCST ବର୍ଗରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ତାଙ୍କ ପ୍ରସ୍ତାବ, ଦଳୀୟ କାର୍ଯ୍ୟକ୍ରମ ଛାଡ଼ି କୃଷ୍ଣ ସଗରିଆଙ୍କ ସହ ସାମାଜିକ ନ୍ୟାୟ ଅଭିଯାନ ସମାବେଶରେ ଯୋଗ ଦେବାକୁ ଘୋର୍ ବିଶୃଙ୍ଖଳା ବିଚାର ପାଇଁ ଆଜି ବସିଥିଲା ଶୃଙ୍ଖଳା କମିଟି ବୈଠକ।

ଯେଉଁଥିରେ ତାଙ୍କୁ ଦଳରୁ ବାହାର ରାସ୍ତା ଦେଖାଇବାକୁ ପ୍ରସ୍ତାବ ବି ପାରିତ ହୋଇଥିବା ସୂଚନା ମିଳିଛି। ଏ ପ୍ରସ୍ତାବକୁ ଏଆଇସିସି ଅନୁମୋଦନ ପାଇଁ ପ୍ରସ୍ତାବ ପଠାଇଛି ଶୃଙ୍ଖଳା କମିଟି ।

You might also like