ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ଆଜି ପରଲୋକ ହୋଇ ଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ତାଙ୍କର ପରଲୋକ ଘଟିଥିବା ଖବର ମିଳିଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଚଳଚ୍ଚିତ୍ର ଏଡିଟିଙ୍ଗ କ୍ଷେତ୍ରରେ ରବି ଶଙ୍କରଙ୍କର ବେଶ୍ ପାରଦର୍ଶିତା ଥିଲା। ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ । ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନରୁ ସେ ସମ୍ପାଦନା ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଶେଷ ଶ୍ରାବଣ, ଶଂଖା ସିନ୍ଦୂର, ମାନିନୀ, ଅଭିମାନ, ଯାହାକୁ ରଖିବେ ଅନନ୍ତ, ସୁନା ଚଢ଼େଇ, ଦଣ୍ଡାବାଳୁଙ୍ଗା ପରି ବହୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ସହିତ କିଛି ହିନ୍ଦୀ ସିନେମାରେ ମଧ୍ୟ ସମ୍ପାଦନା କରିଥିଲେ ରବିଶଙ୍କର । ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ଚଲ୍‌ତେ ଚଲ୍‌ତେ,  ସ୍ୱୀକାର କିୟା ମୈନେ, କିସ୍ମତ, ଜିନା ଇସିକା ନାମ୍‌ ହୈ, ସାୟଦ, ଦିଲ୍‌ସେ ମିଲେ ଦିଲ୍‌ ଆଦି ଫିଲ୍ମର ଏଡିଟିଂ କରିଥିଲେ।  

ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

You might also like