ବୋମାମାଡ଼ ଓ ହିଂସାକାଣ୍ଡରେ ଶେଷ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର: ବୋମାମାଡ଼, ହିଂସାକାଣ୍ଡ ଭିତରେ ଶେଷ ହୋଇଛି ଛାତ୍ର ସଂସଦ ନାମାଙ୍କନ ଦାଖଲ ପ୍ରକ୍ରିୟା। ବାଜା, ବାଣ ଓ ରୋଷଣୀ ସହିତ ନିଜ ନିଜ ସମର୍ଥକଙ୍କ ପଟୁଆର ଭିତରେ ଆଶାୟୀ ପ୍ରାର୍ଥୀମାନେ ଆଜି ରାଜ୍ୟର ବିଭିନ୍ନ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି।

ସକାଳ ୮ଟାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ଟାରେ ଶେଷ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ କଲେଜ୍‌ ପରିସରରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲା। ତେବେ ଆସନ୍ତାକାଲି ଚୂଡ଼ାନ୍ତ ପ୍ରାର୍ଥିପତ୍ର ତାଲିକା ପ୍ରକାଶ ପାଇବ।

ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ପ୍ରାର୍ଥୀମାନେ ପ୍ରଚାର ଜୋର୍‌ଦାର୍‌ କରିଥିଲେ। ଦୁଇ ବର୍ଷ ବ୍ୟବଧାନରେ ବିଜେବି କଲେଜ୍‌ରେ ଛାତ୍ରସଂସଦ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀମାନେ ବେଶ ଆଶାୟୀ ଅଛନ୍ତି।

ଆଶାୟୀ ପ୍ରାର୍ଥିମାନେ ନାମାଙ୍କନ ଦାଖଲ ବେଳେ ରାଜ୍ୟର ବିଭିନ୍ନ କଲେଜ୍‌ର ହିଂସାକାଣ୍ଡ ଦେଖିବାକୁ ମିଳିଛି।

କ୍ୟାମ୍ପସ୍ ଅଶାନ୍ତ ଲାଗି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ବାରିପଦା କଲେଜ୍‌, ଭୁବନେଶ୍ୱର ଜୟଦେବ କଲେଜ୍‌ରେ ନିର୍ବାଚନ ବାତିଲ କରାଯାଇଛି।

ଯାଜପୁର ଏନ୍ଏସି କଲେଜ୍‌ରେ ଛାତ୍ର ଅଶାନ୍ତି ପାଇଁ ସାଇନେ ଡାଏ ଘୋଷଣା କରାଯାଇଛି। ଆନନ୍ଦପୁର କଲେଜ୍‌ରେ ବୋମାମାଡ଼ ହୋଇଥିବାରୁ ସେଠାରେ ଉତ୍ତେଜନା ଲାଗିରହିଛି। ସେହିପରି ଭୁବନେଶ୍ୱର ରାଜଧାନୀ କଲେଜ୍‌ରେ ନାମାଙ୍କନ ପତ୍ର ଦାଖଲକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।

ଅନ୍ୟପଟେ ପୁଲିସ୍ ଡିଜି ଓ ଗୃହ ସଚିବଙ୍କୁ ଶୃଙ୍ଖଳିତ ଛାତ୍ର ସଂସଦ ନିର୍ବାଚନ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ  ଅନନ୍ତ ଦାସ କହିଛନ୍ତି।

 

You might also like