ସୁପ୍ରିମକୋର୍ଟ ଗଲା ଜଗା ଜମି ମାମଲା

ପୁରୀ: ସୁପ୍ରିମକୋର୍ଟ ଗଲା ଜଗା ଜମି ମାମଲା। ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରିକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଜନ ସ୍ୱାଭିମାନ ୱେଲଫେୟାର ସୋସାଇଟି ପକ୍ଷରୁ ମାମଲା ଦାୟର ହୋଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ଜଗନ୍ନାଥଙ୍କ ଜମି ବିକ୍ରି ପ୍ରକ୍ରିୟା ତୁରନ୍ତ ବନ୍ଦ ନିର୍ଦ୍ଦେଶ ଦେବାକୁ ଅପିଲ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗି ଏକ ନ୍ୟାୟିକ କମିଟି ଗଠନ କରାଯାଉ। ଅନ୍ତରୀଣ ନ୍ୟାୟିକ କମିଟି ଗଢ଼ି ପରିଚାଳନା ବ୍ୟବସ୍ଥା କରାଯାଉ। ସରକାରଙ୍କୁ ହଟାଇ ପରିଚାଳନା ଭାର ସଂପୃକ୍ତ ବ୍ୟବସ୍ଥାକୁ ଦେବାକୁ ନିବେଦନ କରାଯାଇଛି। ସମସ୍ତ ମାମଲାର ତଦନ୍ତ ପାଇଁ ଏକ ଜୁଡିସିଆଲ କମିଶନ ଗଠନ ଦାବି କରାଯାଇଛି।

You might also like