ଗାଧୋଉଥିବା ବେଳେ ଫଟୋ ଉଠାଇବାକୁ ନେଇ ମାରପିଟ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଗୋପୀ କାଙ୍କୁବାଡ଼ି ଗ୍ରାମରେ ଫଟୋ ଉଠାଇକୁ ନେଇ ତୁମୁଳ କାଣ୍ଡ ହୋଇଛି। ନଦୀରେ ଗାଧୋଉଥିବା ବେଳେ ମହିଳାଙ୍କ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି।

କିଛି ମହିଳା ନଦୀରେ ଗାଧୋଉଥିବା ବେଳେ କିଛି ଯୁବକ ସେମାନଙ୍କ ଫଟୋ ଉଠାଇଥିଲେ। ମହିଳାମାନେ ଯୁବକମାନଙ୍କୁ ଫଟୋ ଡିଲିଟ୍ କରିବାକୁ କହିବା ସତ୍ତ୍ୱେ ଯୁବକମାନେ ଫଟୋ ଡିଲିଟ୍ ନକରିବାରୁ ଗଣ୍ଡଗୋଳର ଆରମ୍ଭ ହୋଇଥିଲା।

ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା। ତେବେ ଏ ନେଇ ଥେରୁବାଲି ଫାଣ୍ଡିରେ ଏକ ଅଭିଯୋଗ ହୋଇଛି। ଏହାକୁ ନେଇ ଏବେ କାଙ୍କୁବାଡ଼ି ଗାଁରେ ଉତ୍ତେଜନା ଲାଗିରହିଛି।

 

You might also like