ପେନସନ୍ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳକାଣ୍ଡ

କଟକ : ପେନସନ୍ ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳକାଣ୍ଡ। ସାନଭାଇର ପନିକି ଚୋଟରେ ବଡ଼ଭାଇ ଓ ଭାଉଜ ଗୁରୁତର। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସାଧୁପୁର ଗାଁରେ। ଗୁରୁତର ଦୁଇ ଜଣ ହେଉଛନ୍ତି ପ୍ରମୋଦ ପଣ୍ଡା ଓ ତାଙ୍କ ପତ୍ନୀ ମଂଜୁଲତା।

ଉଭୟଙ୍କ ମୁଣ୍ଡ, ହାତ ଓ ଦେହର ବିଭିନ୍ନ ଯାଗାରେ ଗଭୀର ଅାଘାତ ଲାଗିଛି। ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଅନୁଯାୟୀ ପେନସନ ଟଙ୍କାକୁ ନେଇ ତିନିଭାଇଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ପାଟିତୁଣ୍ଡ ହୋଇଥିବାବେଳେ ଏଥର ଉଗ୍ରରୂପ ନେଇଥିଲା।

ଉତ୍ତ୍ୟକ୍ତ ହୋଇ ଦୁଇ ସାନ ଭାଇ ପ୍ରମୋଦ ଓ ମଂଜୁଲତାଙ୍କୁ ଅାକ୍ରମଣ କରିଥିଲେ। ଏ ନେଇ ଥାନାରେ ମଂଜୁଲତା ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଅାରମ୍ଭ କରିଛି।

ଆହୁରି ପଢ଼ନ୍ତୁ

You might also like