‘ଦୁର୍ନୀତି ନ ହଟାଇଲେ ଆମ ଲଢେଇ ମୂଲ୍ୟହୀନ’

ଭୁବନେଶ୍ୱର: ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଦୁର୍ନୀତିର ମୂଳୋତ୍ପାଟନ ନକଲେ ଆମର ସବୁ ଲଢ଼େଇ ମୂଲ୍ୟହୀନ। ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏକଥା କହିଛନ୍ତି। ଉଦବୋଧନ ଦେବା ଅବସରରେ ସେ କହିଛନ୍ତି ଯେ  ଆମ ସରକାର ମୂଳରୁ ଦୁର୍ନୀତି ବିରୋଧରେ ଲଢ଼େଇ କରିଆସିଛି। ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଆମେ ଗରିବୀ, ରୋଗ, ଆଞ୍ଚଳିକ ବୈଷମ୍ୟ ବିରୋଧରେ ଲଢୁଛୁ। ଆମେ ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା ବିରୋଧରେ ଲଢ଼େଇ କରୁଛୁ।ଦୁର୍ନୀତିର ମୂଳୋତ୍ପାଟନ ନକଲେ ଆମର ସବୁ ଲଢ଼େଇ ମୂଲ୍ୟ ହୀନ ବୋଲି ନବୀନ କହିଛନ୍ତି। ଏହାସହ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଯେତେ ଉଚ୍ଚ ପଦରେ ଥିଲେ ବି କାର୍ଯ୍ୟାନୁଷ୍ଠାନ କରୁଛୁ। ଗତ ବର୍ଷକ ମଧ୍ୟରେ ୯୧ ଦୁର୍ନୀତିଗ୍ରସ୍ତଙ୍କୁ ଚାକିରିରୁ ବିଦା କରିଛୁ।

ସେହିପରି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏ ଦେବେ ସମ୍ପତ୍ତି ତାଲିକା ଦେବେ ବୋଲି ନବୀନ କହିଛନ୍ତି। ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରସ୍ତାବ ଆଗତ ହୋଇଛି। ଏଥିରେ ପ୍ରତିବର୍ଷ ସମସ୍ତେ ସଂପତ୍ତି ତାଲିକା ଦେବେ, ପବ୍ଲିକ ଡୋମେନରେ ରହିବ। ମୁଖ୍ୟ ସଚିବଙ୍କ ଯାଏ ସବୁ ସରକାରୀ କର୍ମଚାରୀ ସଂପତ୍ତି ତାଲିକା ଦେବେ। ଲୋକ ପ୍ରତିନିଧି, ସରକାରୀ କର୍ମଚାରୀଙ୍କ ସଂପତ୍ତି ତାଲିକା ଲୋକାୟୁକ୍ତଙ୍କୁ ଦିଆଯିବ। ଦୁର୍ନୀତି ରୋକିବା ପାଇଁ ଏଭଳି ପଦକ୍ଷେପରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ
ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ବିଜେଡିର ରାଜ୍ୟ ପରିଷଦ ବୈଠକ ବସିଥିଲା। ଏଥିରେ ରାଜ୍ୟ ପରିଷଦର ସମସ୍ତ ସଦସ୍ୟ ଅର୍ଥାତ୍ ପାଖାପାଖି ୩୭୪ଜଣ ସଦସ୍ୟ ଯୋଗ ଦେଇଥିଲେ। ଏଥିରେ ଦଳର ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ଅନ୍ୟ ନେତା ମାନେ ଉପସ୍ଥିତ ରହିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନୂଆ ଟିମ୍ ଗଠନ ପରେ ପ୍ରଥମ ରାଜ୍ୟ ପରିଷଦ ବୈଠକ ବସିଥିଲା।

You might also like