• translate
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ କଟକଣା ଘୋଷଣା ପରେ କିଏ ଖୁସି ତ ଆଉ କିଏ ନିରାଶ । ଆଜିର ଘୋଷଣା କେତେକଙ୍କ ପାଇଁ ଆଶା ସଂଚାରିଛି, ତ ଆଉ କାହା ପାଇଁ ଆଣିଛି ଘୋର ନିରାଶା । ସିନେମା ଓ ଟେଲିଭିଜନ ଶିଳ୍ପ ପାଇଁ ଆଶିକ ଅନୁମତି ଥିଲେ ବି ଅନୁମତିର ବାସ୍ତବତାକୁ ନେଇ ଏ ଶିଳ୍ପ ସନ୍ଦୀହାନ । ସେହିଭଳି ଯାତ୍ରା ଜଗତ ସମ୍ପୂର୍ଣ୍ଣ ଅସୁଖୀ ହୋଇଥିବା ବେଳେ ହୋଟେଲ, ଜିମ୍, ସ୍ପା ଓ ବ୍ୟୁଟି ପାର୍ଲର ସହ ଜୀବନଜୀବିକା ଯୋଡ଼ି ହୋଇଥିବା ଲୋକଙ୍କ ଆର୍ଥିକ ସ୍ଥିତି ପୁଣି ଅନ୍ଧାର ଭିତରକୁ ଯାଇଛି ।

୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ୨୦ ଜିଲ୍ଲାରେ କୋହଳ । ୫ ପ୍ରତିଶତ ଉପରେ ଥିବା ୧୦ ଜିଲ୍ଲାରେ ଟାଇଟ୍ । ରାଜ୍ୟରେ କରୋନା ସଂକ୍ରମଣକୁ ଆୟତ୍ତରେ ରଖିବାକୁ ସରକାର ଘୋଷଣା କରିଛନ୍ତି ୫ମ ପର୍ଯ୍ୟାୟ ଲକଡାଉନ୍ କଟକଣା । ତେବେ ଏ ଘୋଷଣାକୁ ନେଇ ପୁଣି ନିରାଶା ବ୍ୟକ୍ତ କରିଛନ୍ତି ବନ୍ଦ ପଡ଼ିଥିବା ବହୁ ଶିଳ୍ପ ଓ ଅନୁଷ୍ଠାନ ବିଶେଷକରି ସିନେମା, ଟେଲିଭିଜନ୍ ଓ ଯାତ୍ରା କଳାକାର, ଟେକନିସିଆନ୍ । ଏ ଶିଳ୍ପକୁ ନେଇ ବଞ୍ଚୁଥିବା କର୍ମଜୀବୀଙ୍କ ଜୀବିକା ପୁଣି ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । A କ୍ୟାଟେଗୋରୀ ଜିଲ୍ଲାରେ ଉଭୟ ଆଉଟଡୋର୍ ଓ ଇନଣ୍ଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ B କ୍ୟାଟେଗୋରୀ ଜିଲ୍ଲାରେ କେବଳ ଆଉଟ୍ ଡୋର ସୁଟିଂକୁ ଅନୁମତି ମିଳିଛି ।

ହେଲେ ପ୍ରଶ୍ନ ଉଭୟ ଫିଲ୍ମ ଓ ଟେଲିଭିଜନ ଶିଳ୍ପର ସିଂହଭାଗ କାର୍ଯ୍ୟ କଟକ ଓ ଭୁବନେଶ୍ୱରରେ ହେଉଥିବା ବେଳେ ଏଠାରେ ଇନ୍‌ଡୋର୍ ସୁଟିଂକୁ ଅନୁମତି ମିଳିନାହିଁ । ଆଉ ଅଧିକାଂଶ ସୁଟିଂ ଇନ୍‌ଡ୍ରରେ ହିଁ ହେଉଥିବାରୁ ଏ ଶିଳ୍ପ ଆଗକୁ ଯିବ କେମିତି ? ଏ କ୍ଷେତ୍ର ସହ ଜଡ଼ିତ ଲୋକେ ବଞ୍ଚିବେ କେମିତି ?

ସେହିଭଳି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ମାଟି କାମୁଡ଼ି ପଡ଼ିଛି ଯାତ୍ରା ଇଣ୍ଡଷ୍ଟ୍ରି । ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ବେଳେ ଏ କ୍ଷେତ୍ର ପ୍ରତି ବି ଆଖି ବୁଜି ଦେଇଛନ୍ତି ସରକାର । ଗୋଟିଏ ପଟେ ସେମାନଙ୍କ ଦାବି ଅନୁସାରେ ଭତ୍ତା କି ସହାୟତା ମିଳିନଥିବା ବେଳେ ଅନ୍ୟପଟେ ସେମାନେ ଆଶା କରୁଥିବା କଟକଣା ସହିତ ଯାତ୍ରା ପରିବେଷଣକୁ ବି ଅନୁମତି ନାହିଁ । ଏଭଳି ସ୍ଥିତିରେ ଯାତ୍ରାକୁ କ୍ୟାରିୟର କରି ବଞ୍ଚୁଥିବା କର୍ମଜୀବୀ ଚଳିବେ କେମିତି ?

https://fb.watch/6sitg1mWec/

ଏ କ୍ୟାଟେଗୋରୀର ୨୦ ଜିଲ୍ଲା ପାଇଁ ବସ୍ ଓ ଟ୍ୟାକ୍ସି ସେବାକୁ ଅନୁମତି ଦେଇଛନ୍ତି ସରକାର ହେଲେ ବି କ୍ୟାଟେଗୋରୀ ଜିଲ୍ଲା ପାଇଁ ଏ ସୁବିଧା ଏବେ ନାହିଁ । ଏଭଳି ସ୍ଥିତିରେ ୧୦ ଜିଲ୍ଲାର ବସ୍, ଟ୍ୟାକ୍ସି ଓ ଅଟୋ ଦ୍ୱାରା ଜୀବିକା ନିର୍ବାହ କରୁଥିବା ହଜାର ହଜାର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଆହୁରି ବଢ଼ିଯିବା ସହ ସେମାନଙ୍କ ସ୍ଥିତି ବି ଦୟନୀୟ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି । ସେହିଭଳି ଏ କ୍ୟାଟେଗୋରୀ ଜିଲ୍ଲାରୁ ସଂଖ୍ୟାଧିକ ବସ୍ କଟକ ଓ ଭୁବନେଶ୍ୱର ଯାଆସ କରୁଥିବା ବେଳେ ନୂଆ କଟକଣା ବସ୍ ମାଲିକଙ୍କୁ ଅଡୁଆରେ ପକାଇବ ।

ସେହିଭଳି ଦୁଇ ମାସ ହେଲା ଗ୍ରାହକ ଦେଖିନଥିବା ବଡ଼ ବଡ଼ ହୋଟେଲ, ଜିମ୍, ସ୍ପା, ବ୍ୟୁଟି ପାର୍ଲରଗୁଡ଼ିକ ବି ଅନ୍ୟ ରାଜ୍ୟ ଭଳି ସାମାଜିକ ଦୂରତା ଭିତରେ ବ୍ୟବସାୟ ଅନୁମତି ମିଳିବା ନେଇ ଆଶା କରୁଥିଲେ । ହେଲେ ସେମାନଙ୍କ ଆଶା ପୁଣି ଆଶାରେ ରହିଯିବାରୁ ଏହାକୁ ଜୀବିକା କରି ବଞ୍ଚୁଥିବା ଲୋକଙ୍କ ଆର୍ଥିକ ସ୍ଥିତି ଆହୁରି ଦୟନୀୟ ହେବା ଆଶଙ୍କା କରାଯାଉଛି ।

Other Stories