ମଝି ଚିଲିକାରେ ଅଟକିଲା ଫେରି

ଚିଲିକା : ମଝି ଚିଲିକାରେ ଅଟକିଲା ଫେରି। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚିଲିକା ମଝିରେ ଫଶି ରହିଲେ ଯାତ୍ରୀ । ଏପରି ଘଟଣା ଅାଜି ଘଟିଛି ଚିଲିକା ମଝିରେ । ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ଫେରିକୁ ମହିଂସା ଗାଁ ଲୋକେ ଅଟକାଇଥିଲେ।

ଘାଟ ବିବାଦକୁ ନେଇ ଜହ୍ନିକୁଦା ଏବଂ ମହିଂସା ଗାଁ ମଧ୍ୟରେ ବିବାଦ ଲାଗି ରହିଛି । ଯାହାକୁ ନେଇ ଅାଜି ଫେରିକୁ ଅଟକାଇଥିଲେ ମହିଂସା ଗ୍ରାମବାସୀ । ମଝି ଚିଲିକାରେ ଡଙ୍ଗା ରଖି ପ୍ରତିବାଦ ହୋଇଥିଲା । ପ୍ରାୟ ଶହେରୁ ଅଧିକ ଯାତ୍ରୀଙ୍କ ସହ ଯାନବାହନ ଫଶି ରହିଥିଲା। ତେବେ ଶେଷ ସମୟ ଯାଏ ଫେରିକୁ ଜହ୍ନିକୁଦା ଛଡ଼ା ନଯିବାରୁ ବାଧ୍ୟ ହୋଇ ସାତପଡ଼ା ଫେରି ଅାସିଥିଲା ଫେରି ।

You might also like