କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ। ତାକୁ ନେବା ପାଇଁ ସେଠାରୁ ଏକ ଟିମ୍ ଆସନ୍ତାକାଲି ଆସୁଥିବା କାହ୍ନା ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସଂଜୟ ସିଂହ ସୂଚନା ଦେଇଛନ୍ତି। ଏହି ଟିମ୍‌ରେ ଅଛନ୍ତି ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫/୬ ଜଣ କର୍ମଚାରୀ। ଏହି ଟିମ୍ ସାତକୋଶିଆରେ ପହଞ୍ଚି ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବ। ବାଘୁଣୀ ସୁସ୍ଥ ଥିଲେ ତାକୁ ସ୍ୱତନ୍ତ୍ର ଗାଡ଼ିରେ କାହ୍ନାର ଘୋରେଲାକୁ ନିଆଯିବ।

ସେଠାରେ ସୁନ୍ଦରୀର ବନ୍ୟ ପ୍ରବୃତ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି ସଂଜୟ ସିଂହ ସୂଚନା ଦେଇଛନ୍ତି। ଓଡ଼ିଶାରେ ପ୍ରାକୃତିକ ଉପାୟରେ ବାଘ ବଂଶ ବୃଦ୍ଧି ପାଇଁ ଏକ ନୂଆ ପ୍ରକାରର ଉଦ୍ୟମ କରାଯାଇଥିଲା। ବାଘୁଣୀ ସୁନ୍ଦରୀକୁ ଅଣାଯାଇ ସାତକୋଶିଆ ଜଙ୍ଗଲରେ ଛଡ଼ା ଯାଇଥିଲା। ତେବେ ସୁନ୍ଦରୀ ମଣିଷଙ୍କୁ ଆକ୍ରମଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଆନ୍ଦୋଳନକୁ କରିଥିଲେ।

ଏହା ସହିତ ତାର ସାଥୀ ବାଘ ମହାବୀରର ମଧ୍ୟ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହା ପରେ ସୁନ୍ଦରୀକୁ ସାତକୋଶିଆରେ ଏକ ଏନକ୍ଲୋଜରରେ ରଖାଯାଇଛି। ଏହା ଭିତରେ ତାର ବନ୍ୟାପ୍ରବୃତ୍ତି ମଧ୍ୟ ହ୍ରାସ ପାଇଥିବା ଆଶଙ୍କା କରାଯାଉଛି। ତେଣୁ ତାକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ତାର ବନ୍ୟପ୍ରବୃତ୍ତିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ।

You might also like