କାମରେ ଆସୁନି ଆଡିବନ୍ଧ। ଯନ୍ତ୍ରୀଙ୍କ ତୃଟିପୂର୍ଣ୍ଣ କାମ ଯୋଗୁ କେନାଲରେ ପାଣିଯାଉ ନ ଥିବା ଅଭିଯୋଗ

ରାୟଗଡ଼ା: ଲୋକଙ୍କ ପାଇଁ ତିଆରି ହୋଇଥିବା ଆଡ଼ିବନ୍ଧ ଏବେ ଲୋକଙ୍କ କାମରେ ଆସୁନି। ଯନ୍ତ୍ରୀଙ୍କ ତୃଟିପୂର୍ଣ୍ଣ କାମ ଯୋଗୁ କେନାଲରେ ପାଣିଯାଉନଥିବା ଅଭିଯୋଗ ହୋଇଛି। ଫଳରେ ଶତାଧୀକ ଚାଷଜମି ଶୁଖିଲା ପଡିଛି। ଏନେଇ ଅଭିଯୋଗ ପରେ ବି କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ରାୟଗଡା କାଶୀପୁରର ସାନମାରିଭଟା ଗ୍ରାମବାସୀ।

୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଇଛି ଆଡିବନ୍ଧ। ଏଥିରେ ରହିଛି ୩ଟି ହେଡ୍ଗେଟ୍ ଗେଟ୍‌। ଗେଟ୍ ଦେଇ ପାଣି ଛଡ଼ାଯାଉଛି ସତ କିନ୍ତୁ କେନାଳକୁ ବୁନ୍ଦେ ପାଣି ଆସୁନି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସାନମାରିଭଟା ଗାଁରେ। ହେଡ୍ ଓ୍ୱାଲଡର କେନାଲର ବହୁ ଉପରେ ରହିଥିବା ଯୋଗୁଁ ଏଥିରେ ପାଣି ଆସୁନି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ।

ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଆମେ ମାଟି କେନାଲରୁ ବାଡ଼ ବସାଇ ପାଣି ନେଉଥିଲୁ। ଏବେ ପାଣି ଦେବାକୁ ସରକାର ୧୬ ଲକ୍ଷ ଟଙ୍କାର କାମ କଲେ କିନ୍ତୁ ଅଧା ଏକରକୁ ସଠିକ ଭାବରେ ପାଣି ମାଡ଼ିପାରୁନାହିଁ। ପିଡ଼ି ଆସିଥିଲେ,ପାଣି କେବେ ଆସିବ ବୋଲି ଆମେ ପ୍ରଶ୍ନ ବି କରିଥିଲୁ। ଏହାସହ କାନ୍ଥ ଆଉ ୨ ଫୁଟ ବଢିବା ଲାଗି ନିବେଦନ ବି କରିଛୁ। କିନ୍ତୁ ସେମାନେ ଆମକୁ କହିଲେ ଆମେ ଜେଇଇ ନାଁ ତୁମେ ଜେଇଇ? ବୋଲି କହିଛନ୍ତି ଚାଷୀ

ସେପଟେ ଆଉ ଜଣେ ଚାଷୀ କହିଛନ୍ତି ଯେ,ଆମେ ଗ୍ରାମବାସୀ ସମସ୍ତେ ପାଣି ଲାଗି ବାରମ୍ବାର ଲେଖିକି ଦେଇଛୁ। ପ୍ରଶାସନ କାମ କରାଇବାକୁ ନିଷ୍ପତ୍ତି ବି ନେଲା କିନ୍ତୁ ଡ୍ୟାମ ନିର୍ମାଣ ହେବା ପରେ କେନାଲକୁ ଠୋପେ ବି ପାଣି ଯାଉନାହିଁ। ଏଥିଲାଗି କେବଳ ସରକାରୀ କର୍ମଚାରୀ ଦାୟୀ ବୋଲି ଚାଷୀ ଜଣକ କହିଛନ୍ତି।

ଏହି କାମ ପାଇଁ ୨୦୧୯-୨୦ ମନରେଗା ଯୋଜନାରେ ନିୟୋଜିତ ଥିବା ଶ୍ରମିକମାାନଙ୍କୁ ଏପର୍ଯ୍ୟନ୍ତ ମଜୁରୀ ମଧ୍ୟ ମିଳିନାହିଁ। ଏସମ୍ପର୍କରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ, କେନାଲର ଲମ୍ବା ଅଧିକ ବଢାଗଲେ ପାଣି ସଠିକ୍ ଭାବେ ଯାଇପାରିବ ବୋଲି ସେ କହିଛନ୍ତି।

ଲକ୍ଷା ଧିକ ଟଙ୍କାରେ ସାନମାରିଭଟା ଗାଁରେ ନିର୍ମାଣ ହୋଇଥିଲା ଆଡ଼ିବନ୍ଧ, ହେଲେ ଚାଷୀଙ୍କ ଉପଯୋଗ ଲାଗି କେନାଲରେ ପାଣି ଆସୁନାହିଁ। କେବେ ହେବ ଏହାର ନିର୍ମାଣ ଓ ଚାଷୀ କେବେ ନିଜ ଜମିକୁ ପାଇବେ ପାଣି ସେ ନେଇନ ଉଠିଛି ଅନେକ ପ୍ରଶ୍ନ।

ରାୟଗଡ଼ାରୁ ମନୋଜ ପାତ୍ର ଓ କଲ୍ୟାଣସିଂହପୁରରୁ ମାଉଡି ବାରିକଙ୍କ ରିପୋର୍ଟ

You might also like