ରାସ୍ତା ପାର୍ ହେଉଥିବା ବେଳେ ଧକ୍କା ଦେଲା ଟ୍ରକ୍‌; ଚାଲିଗଲା ବାପା ପୁଅଙ୍କ ଜୀବନ

ରାଉରକେଲା: ରାଉରକେଲା ବାଲୁଘାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ବାପା ପୁଅଙ୍କର ମୃତ୍ୟୁ ଘଟିଛି। ବାପା ଟ୍ରକ୍‌ ଡ୍ରାଇଭର ଥିବା ବେଳେ ପୁଅ ସେହି ଟ୍ରକ୍‌ରେ ହେଲ୍‌ପର୍‌ ଥିଲେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଶମ୍ବୁନାଥ ସେଠୀ, ମୁନା ସେଠୀ।

ସୂଚନା ଅନୁସାରେ, ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଟ୍ରକ୍‌ ପାର୍କିଂ କରି ବାପା ପୁଅ ରାସ୍ତା ପାର୍ ହେଉଥିବା ବେଳେ ଏହି ସମୟରେ ଆଉ ଏକ ଟ୍ରକ୍‌ ଆସି ଦୁହିଁଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

 

You might also like