ଘରୋଇ କଳିର କରୁଣ ପରିଣତି

କୀଟନାଶକ ପିଇଲେ ବାପ ପୁଅ

ବରଗଡ଼: ଘରୋଇ କଳିର କରୁଣ ପରିଣତି। କୀଟନାଶକ ପିଇ ବାପ ପୁଅ ଗୁରୁତର। ବରଗଡ଼ ଗାଇସୀମା ପଞ୍ଚାୟତ ନୂଆଁଗଡ଼ ଗାଁ ରେ ବାପା ପରମା ସୁନା ଏବଂ ପୁଅ ବୁଧୁ ସୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ  ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

ତେବେ ସେମାନଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘରୋଇ କଳହକୁ କେନ୍ଦ୍ର କରି ଆଜି ସକାଳେ ଉଭୟେ କୀଟନାଶକ ପିଇଦେଇଥିବା ସନ୍ଦେହ କରାଯାଉଛି।

You might also like