ବାପାକୁ ବଞ୍ଚାଇବାକୁ ଯାଇ ପୁଅର ଜୀବନ ଗଲା

ରାଉରକେଲା: ବାପା, ପୁଅଙ୍କ ଜୀବନ ନେଲା ବିଦ୍ୟୁତ୍‌। ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ମନ୍ଦିର ରୋଡ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଲେ ସତ୍ୟନାରାୟଣ ସାହା ଏବଂ ତାଙ୍କ ପୁଅ ସଞ୍ଜୟ ସାହା।

ସୂଚନା ଅନୁସାରେ, ରାଉରକେଲାରେ ପ୍ରବଳ ବର୍ଷା ହେଉଥିବାରୁ ସତ୍ୟନାରାୟଣଙ୍କ ଘରେ ପାଣି ପଶିଯାଇଥିଲା। ଏହି ପାଣିରେ ବିଦ୍ୟୁତ୍‌ ପ୍ରବାହିତ ହେବା ଫଳରେ ପ୍ରଥମେ ସତ୍ୟନାରାୟଣ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସଞ୍ଜୟ ବି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

You might also like