ମୋ ପାଇଁ ଦେଶ ବଡ଼, ଗାଁ ବଡ଼, ପୁଅ ଦୋଷ କରିଥିଲେ ଦଣ୍ଡ ପାଉ

କେନ୍ଦ୍ରାପଡ଼ା: ମୋ ପାଇଁ ଦେଶ ବଡ଼, ଗାଁ ବଡ଼, ପୁଅ ଦୋଷ କରିଥିଲେ ଦଣ୍ଡ ପାଉ। ଏହା କହିଛନ୍ତି, ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ହବିବୁର ରେହମାନର ବାପା। ସେ କହିଛନ୍ତି ଯେ, ୨୦୦୬ରେ ଶେଷ ଥର ପାଇଁ ହବିବୁର୍ ଘରକୁ ଆସିଥିଲା। ତା’ ପରଠୁ ହବିବୁର ସହିତ ପରିବାର ଲୋକଙ୍କ କୌଣସି ସଂପର୍କ ନାହିଁ। ସେ କେମିତି ଆତଙ୍କବାଦୀଙ୍କ ସହିତ ମିଶିଲା, ତାହା ଜାଣିନଥିବା ହବିବୁରର ବାପା ମିର୍ ଅଏନୁର୍ ଉଦ୍ଦିନ କହିଛନ୍ତି। ଯଦି ପୁଅ ଦୋଷ କରିଥିବ, ତେବେ ସେ ନିଶ୍ଚିତ ଭାବେ ଦଣ୍ଡ ପାଇବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ହବିବୁରର ଭାଇ ଅତାବର କହିଛନ୍ତି, ୬ ମାସ ପୂର୍ବରୁ ପାଟକୁରା ପୁଲିସ ମଧ୍ୟ ହବିବୁର ସଂପର୍କରେ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା। ତାଙ୍କୁ ଦିଲ୍ଲୀ ଡକାଯାଇଥିଲା। ହବିବୁରର ପରିବାର ମୁମ୍ବାଇରେ ରହନ୍ତି। ସେ ସାଉଦି ଆରବରେ ରହୁଥିବା କହିଛନ୍ତି ଅତାବର ହବିବୁର୍।

ଦିଲ୍ଲୀ ଏୟାରପୋର୍ଟରୁ ଗିରଫ ହେବା ପରେ ତାଙ୍କ ଗାଁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡ଼ାରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଏନ୍ଆଇଏ ହବିବୁରକୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବାର ସମ୍ଭାବନା ଅଛି। ଲସ୍କର-ଇ-ତୋଇବାର ଆତଙ୍କବାଦୀ ନଇମ୍ ସହିତ ହବିବୁରର ଲିଙ୍କ୍ ଥିବା କୁହାଯାଉଛି।

 

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like