କଳାହାଣ୍ଡି: ପୁଅକୁ ରାତି ଅଧରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ବାପା। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଅଞ୍ଚଳରୁ। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଗତ ରାତିରେ ନିଜର ଦୁଇ ପୁଅଙ୍କୁ ଧରି ଶୋଇଥିଲା। ହେଲେ ରାତିରେ ୨ ବର୍ଷର ସାନ ପୁଅ କାନ୍ଦିବାରୁ ତାକୁ ମାଡ଼ ମାରିଥିଲା।

ଏମିତି ମାଡ଼ ମାରିଥିଲା ଯେ ଶିଶୁଟିର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାପରେ ଅଭିଯୁକ୍ତ ବାପା ମୃତଦେହକୁ ଏକ ବ୍ୟାଗ୍‌ରେ ଆଣି ରାତିରେ ଭବାନୀପାଟଣା-ଜୁନାଗଡ଼ ରାସ୍ତାର ଜାରିଙ୍ଗ ଜଙ୍ଗଲରେ ଫିଙ୍ଗିଦେଇଥିଲା।

ତେବେ ବଡ଼ପୁଅକୁ ଏକୁଟିଆ ଅବସ୍ଥାରେ ଭବାନୀପାଟଣାରେ ପରିବାର ଲୋକେ ପାଇବା ପରେ ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ।

ପତ୍ନୀଙ୍କ ଠାରୁ ସ୍ୱାମୀ ବିରୋଧରେ ଏତଲା ପାଇବା ପରେ ପୋଲିସ ଘଟଣାର ଖୋଳତାଡ଼ କରିବା ସହ ମୃତଦେହକୁ ଉଦ୍ଧାର କରିଥିଲା। ସେପଟେ ଘଟଣା ପରଠୁ ଅଭିଯୁକ୍ତ ବାପା ଫେରାର୍ ହୋଇଯାଇଛି।

Other Stories