୬ ବର୍ଷର ପୁଅକୁ କଚାଡ଼ି ମାରିଲା ବାପା

ଉଦଳା (ମାନସ ପାଣି): ପୁଅକୁ କଚାଡ଼ି ମାରିଲା ବାପା। ଏ ଅଭାବନୀୟ ଘଟଣା ମୟୂରଭଞ୍ଜ ଶରଥ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ ଘଟିଛି। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଥିବା ଜଣାପଡିଛି।

ମଧୁ ସିଂ ନାମକ ବ୍ୟକ୍ତି ବିଲକୁ କାମ କରିବାକୁ ଯାଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରି ଫେରିଥିଲେ। ଏହାପରେ ଘରେ ପୁଅ କାନ୍ଦୁଥିବାରୁ ଉତ୍ତ୍ୟକ୍ତ ହୋଇ ପୁଅକୁ ପଥରରେ କଚାଡି ମାରିଥିବା ଜଣାପଡିଛି। ଅଭିଯୁକ୍ତ ବାପା ମଧୁ ସିଂହଙ୍କୁ ପୁଲିସର ଜିମା ଦେଇଥିଲେ ଗ୍ରାମବାସୀ।

 

 

ଆହୁରି ପଢ଼ନ୍ତୁ

You might also like