ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ

ନୀଳଗିରି: ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଗତକାଲି ଦିନରେ ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଉଦ୍ୟମ ବିଫଳ ହେବା ପରେ ଶ୍ୱଶୁର ବୋହୂକୁ ଠେଙ୍ଗାରେ ପିଟିଥିଲେ। ଏଥିସହ ଶ୍ୱଶୁର ଘର ଲୋକେ ମିଶି ବୋହୂଙ୍କୁ ହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିବା ଅଭିଯୋଗ ହୋଇଛି।

ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଚଳାଇଛି। ଏହାପୂର୍ବରୁ ଅନେକ ଥର ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ପୀଡ଼ିତା ଜଣକ ଅଭିଯୋଗ ଆଣିଛନ୍ତି।

You might also like