• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ହଠାତ୍‌ ନୀରବି ଗଲା ବାହାଘରର ମହୋତ୍ସବ। ହସଖୁସିର ଉଛୁଳା ଜୁଆରରେ ଯେମିତି ଭଟ୍ଟା ପଡ଼ିଗଲା। କାନ୍ଦବୋବାଳିରେ ଫାଟି ପଡ଼ିଲା ଘର। ଏହା ଦୁର୍ଭଗ୍ୟ ନୁହେଁ ତ ଆଉ କ’ଣ ? ଗୋଟିଏ ପଟେ ଝିଅର ମଥାରେ ସିନ୍ଦୂର ଲାଗିଥିବାବେଳେ ଅନ୍ୟପଟେ ମା’ ମଥାରୁ ସବୁଦିନ ପାଇଁ  ଲିଭି ଯାଇଥିଲା ସିନ୍ଦୂର। ଝିଅ ବିଦା ହୋଇ ଶାଶୂ ଘରକୁ ଯାଉଥିବାବେଳେ ବାପା ସଜ ହେଉଥିଲେ ଯିବାପାଇଁ ମଶାଣିକୁ।  ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ।

marriage

ଗତକାଲି ଗାଁର ଦୁର୍ଯ୍ୟୋଧନ ନାୟକଙ୍କ ଝିଅର ବାହାଘର ଥିଲା।  ବାହାଘର ପାଇଁ ସବୁକିଛି ପ୍ରସ୍ତୁତି ସରିଥିଲା। ଭୋଜିଭାତ ପାଇଁ ରୋଷେଇ, ସାଜସଜ୍ଜା ସବୁକିଛିର ପ୍ରସ୍ତୁତି ଶେଷ ହୋଇଥିଲା। ବରଯାତ୍ରୀ ଘରେ ପହଞ୍ଚିବା ପୂର୍ବରୁ ଦୁର୍ଯ୍ୟୋଧନଙ୍କ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ବିଧି ବିଧାନ ହୁଏତ କିଛି ଅଲଗା ଥିଲା। ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା।

marriage

ସେପଟେ ବନ୍ଧୁବାନ୍ଧବ, ବର, ବରଯାତ୍ରୀ ସମସ୍ତେ ଆସି ଘରେ ପହଞ୍ଚି ସାରିଥିଲେ। କ’ଣ କରାଯିବ କେହି ଚିନ୍ତା କରିପାରି ନ ଥିଲେ। ତେବେ ବାପାଙ୍କ ମୃତ୍ୟୁ ହୋଇଥିବା ଖବର ଝିଅକୁ  ଦିଆଯାଇନଥିଲା। ମୃତ୍ୟୁ ଖବର ନଜଣାଇ ଚିକିତ୍ସା ଚାଲିଥିବା ଖବର ପରିବାର ଲୋକଙ୍କୁ ଜଣାଇ ଥିଲେ ବନ୍ଧୁବାନ୍ଧବ। ବାହାଘର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇଥିଲା।

ବାହାଘର ସରିଗଲା। ଝିଅ ବିଦା ହେଲା। ତା’ ପରେ ଦୁର୍ଯ୍ୟୋଧନଙ୍କ ଶବ ଘରକୁ ଅଣାଯାଇଥିଲା। ହସଖୁସିରେ ଫାଟି ପଡ଼ୁଥିବା ପରିବେଶରେ ହଠାତ୍ ଦୁଃଖର କଳାବାଦଲ ଖେଳି ଯାଇଥିଲା। ବାହାବେଦୀର ହୋମ ନିଆଁରେ ମଥାରେ ସିନ୍ଦୂର ଲଗାଇ ଝିଅ ଶାଶୂ ଘରକୁ ବିଦା ହୋଇଥିବା ବେଳେ ଅନ୍ୟପଟେ ମଶାଣି ଜୁଇରେ ବାପାର ଚିତା ଜଳିଥିଲା। ଏଭଳି ଏକ ହୃଦୟ ବିଦାରକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଦୁର୍ଯ୍ୟୋଧନଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ। ଘରର ପ୍ରଥମ ଶୁଭ କାର୍ଯ୍ୟରେ ହଠାତ୍‌ ଏଭଳି ଅଶୁଭ ଘଟଣା ଘଟିଥିଲା। ଯାହାକି ପରିବାର ଲୋକଙ୍କ ମନରେ ସବୁଦିନ ପାଇଁ ମନେ ରହିବ। ସେପଟେ ଦୁର୍ଯ୍ୟୋଧନଙ୍କ ଶୁଦ୍ଧିକ୍ରିୟା ଶେଷ ହେବାରେ ବିବାହରେ ଝିଅ ପାଇଁ ରଖାଯାଇଥିବା ବାହାଘର ସାମଗ୍ରୀ ଓ ଉପହାର ସବୁ ପଠାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢନ୍ତୁ : ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠୁ ଲୁଟିନେଲେ ଟଙ୍କା

Father-died-in-daughters-marriage
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories