ବାପା ମୃତ୍ୟୁର ୧୫ ଦିନ ପେର ଖବର ପାଇଁ ହତବାକ ପୁଅ ଓ ପରିବାର

ଢେଙ୍କାନାଳ: ଡାକ୍ତରଖାନାରେ ଛାଡ଼ିଦେଇ ଆସିଥିଲେ ଭଲ ହୋଇ ଫେରିବା ପାଇଁ, ହେଲେ ବାପା ଆଉ ଫେରିଲେନି। ବହୁତ ଖୋଜାଖୋଜି ପରେ ବି କିଛି ଖୋଜ୍‌ଖବର ମିଳିଲାନି। କିନ୍ତୁ ହଠାତ୍‌ ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ଖବର ପାଇଲା ପୁଅ। ୧୫ ଦନ ପୂର୍ବରୁ ଯେ ବାପାଙ୍କ ମୃତ୍ୟୁ ହୋଇସାରିଛି ଏକଥା ଜାଣି ହତବାକ ପୁଅ ଓ ପରିବାର ଲୋକେ। କୌଣସି ଏକ ଫିଲ୍ମର କିମ୍ବା କାହାଣୀ ଭଳି ଘଟିଯାଇଥିବା ଏହି ଘଟଣାଟି ସମ୍ପୂର୍ଣ୍ଣ ସତ। ଢେଙ୍କାନାଳ ଜିଲ୍ଲାର କୋଭିଡ କେୟାର ସେଣ୍ଟରରେ ଘଟିଛି ଏଭଳି ଘଟଣା।

ମୃତକ ଜଣେ ହେଲେ ଦୁର୍ଯ୍ୟୋଧନ ବେହେରା। ଢେଙ୍କାନାଳ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ପରେ ନିଖୋଜ ହୋଇଥିବା ଦୁର୍ଯୋଧନଙ୍କର କଟକରେ ଏସ୍‌ସିବିରେ ମୃତ୍ୟୁ ହୋଇଛି। ଏ ନେଇ ଢେଙ୍କାନାଳ ଟାଉନ ଥାନା ଆଇଆଇସି ସୂଚନା ଦେଇଛନ୍ତି। ଏନେଇ କଟକ ମଙ୍ଗଳାବାଗ ଥାନାରେ ଏକ ମାମଲା ବି ରୁଜୁ ହୋଇଥିବା ସେ କହିଛନ୍ତି।

ଦୁର୍ଯ୍ୟୋଧନଙ୍କୁ ପ୍ରଥମେ ଢେଙ୍କାନାଳ କୋଭିଡ୍ କେୟାର ସେଣ୍ଟର, ପରେ ଅକ୍ଟୋବର ୧ ତାରିଖରେ କଟକ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ସେଦିନ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଯ୍ୟୋଧନଙ୍କ ମୃତଦେହର ଫଟୋ ଓ ପିନ୍ଧି ଥିବା ଡ୍ରେସ ପୋଲିସ ଦେଖାଇବା ପରେ ପରିବାର ଲୋକେ ଚିହ୍ନଟ କରିଥିଲେ। ହେଲେ କେଉଁ ପରିସ୍ଥିତିରେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହେଲା, ଏନେଇ ତଦନ୍ତ ଦାବି ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ।

ତା’ସହ ୧ ତାରିଖରୁ ମୃତ୍ୟୁ ହୋଇଥିଲେ ବି ପରିବାର ଲୋକଙ୍କୁ କାହିଁକି ଜଣାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦୁର୍ଯ୍ୟୋଧନଙ୍କ ପୁଅ। ଗତ ୧୬ ତାରିଖରେ ଏ ନେଇ ଢେଙ୍କାନାଳ ଥାନାରେ ଅଭିଯୋଗ ହୋଇଥିଲା।

 

ଆହୁରି ପଢ଼ନ୍ତୁ

ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

You might also like