କୋଭିଡ ହସ୍‌ପିଟାଲରେ ଚିକତ୍ସାରେ ଅବହେଳା ଯୋଗୁ ମୃତ୍ୟୁ !

ବ୍ରହ୍ମପୁର: କୋଭିଡ୍ ହସ୍ପିଟାଲ୍‌ରେ ଆକ୍ରାନ୍ତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବାପାଙ୍କର ମୃତ୍ୟୁ ହୋଇଥିବା ପୁଅ ଅଭିଯୋଗ କରିଛନ୍ତି।

ଗତ ୨୪ ତାରିଖରେ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।  ଏହାପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୨୮ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା। 

ହେଲେ ଏହାପରେ ସେ ବାପାଙ୍କ ମୃତ୍ୟୁ ପରେ ବି ତାଙ୍କୁ ଏନେଇ ଭୁଲ ତଥ୍ୟ ଦିଆଯାଉଛି। ରିପୋର୍ଟ ମାଗିବା ପରେ ତାଙ୍କୁ  ବିଭିନ୍ନ ବାହାନା ଦେଖାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ହସ୍‌ପିଟାଲରେ ତାଙ୍କୁ ସୁରକ୍ଷାକର୍ମୀ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି।

 

You might also like