କଫସିରପ ନିଶା କାରବାର, ବନ୍ଧା ହେଲେ ବାପ-ଝିଅ

ସମ୍ୱଲପୁର: ବେଆଇନ ଭାବେ କଫସିରପ ନିଶା କାରବାର କରୁଥିବା ଅଭିଯୋଗରେ ସମ୍ୱଲପୁର ଧନୁପାଲି ଥାନା ପୋଲିସ ଓ ସ୍ପେଶାଲ ସ୍ୱାଡ୍ ୪ ଜଣଙ୍କୁ ଗିରଫ କରିଛି। ୪ ଅଭିଯୁକ୍ତଙ୍କ ମଧ୍ୟରୁ ବାପ-ଝିଅ ବି ଅଛନ୍ତି। ସେମାନଙ୍କ ଠାରୁ ୩,୨୮୦ ବୋତଲ କଫ ସିରଫ, ଗୋଟିଏ କାର, ଗୋଟିଏ ଟାଟା ମ୍ୟାଜିକ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମାନଙ୍କ ଘର ସମ୍ୱଲପୁର ସାହୁ କଲୋନି ଓ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ। କାର୍ଟୁନ୍‌ରେ ଭର୍ତ୍ତି କଫ ସିରପ ବୋତଲ ଚାଲାଣ ବେଳେ ପୋଲିସ୍ ଗାଡ଼ି ସହ ୨ ଅଭିଯୁକ୍ତଙ୍କୁ ଧରିଥିଲା। ସେମାନଙ୍କ ଟାରୁ ସୂଚନା ପାଇ ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ୍।

You might also like