ସଡ଼କ ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ, ଜଣେ ଗୁରୁତର

ପୁରୀ: ପିପିଲି ନିକଟ ପିଢ଼ପାଟଣା ଛକରେ ମର୍ମନ୍ତୁଦ ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉଜଣେ ମଧ୍ୟ ଆହତ ହୋଇଛନ୍ତି। ପଟ୍ଟନାୟିକିଆ-ଡେଲାଙ୍ଗ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ଏଭଳି ଦୁର୍ଘଟଣା ଘଟିଛି।

ଦୁଇ ମୃତକ ହେଲେ ପାଟଣା ଗାଁର ୫୫ ବର୍ଷୀୟ ପବନା ବେହେରା ଓ ତାଙ୍କ ୩୫ ବର୍ଷର ପୁଅ ଧଡ଼ିଆ ବେହେରା। ଧଡ଼ିଆଙ୍କ ଶଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁଇ-ତିନି ଦିନ ହେଲାଣି ଏକ ଚିପ୍ସ ବୋଝେଇ ଟ୍ରକ ଖରାପ ହୋଇ ସେହି ରାସ୍ତାରେ ଛିଡ଼ା ହୋଇଛି। ଗତ ରାତିରେ ଧଡ଼ିଆ ନିଜ ବାପା ଓ ଶଳାଙ୍କ ସହିତ ବାଇକ୍‌ରେ ଡେଲାଙ୍ଗ ଷ୍ଟେସନ ବଜାରରୁ ଘରକୁ ଫେରୁଥିବା ବେଳେ ତାଙ୍କ ବାଇକ୍‌ଟି ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଧଡ଼ିଆ ଓ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା।

You might also like