ଜଙ୍ଗଲରେ ନିଆଁ ଲଗାଇ ଗିରଫ ହେଲେ ବାପ ପୁଅ

ମାଧପୁର(ଭାର୍ଜନ କୁମାର ପ୍ରଧାନ) : ଜଙ୍ଗଲରେ ନିଆଁ ଲଗାଇ ବାପ ପୁଅ ଗିରଫ। ବୌଦ୍ଧ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ବନ ବିଭାଗ । ଗତକାଲି ରାତିରେ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବାପପୁଅ ବନ ବିଭାଗ ସ୍କ୍ୱାର୍ଡ କୁ ଦୌଡି ପଳାଇବାକୁ ଉଦ୍ୟମ କଲା ବେଳେ ସ୍କ୍ୱାର୍ଡ ହାତରେ ଧରା ପଡ଼ିଥିଲେ ବାପପୁଅ । ଅଭିଯୁକ୍ତମାନେ ହେଲେ ମାଧପୁର କଲୋନୀ ସାହିର ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝୀ । ଉଭୟଙ୍କ ଠାରୁ ଗୋଟିଏ ଦିଆସିଲି ଓ ୨ଟି ଟାଙ୍ଗିଆ ଜବତ କରାଯାଇଛି ।

ସେହିପରି ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ଜଙ୍ଗଲରୁ ବନ୍ଧୁକ ସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହ ବାରୁଦ, ଗୋଟିଏ ବାଇକ୍ ଜବତ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ସୁଦେଶ କହଁର ଓ ବ୍ରଜେନ୍ଦ୍ର କହଁର।  ଘର କନ୍ଧମାଳ ଗୁଛାପଡ଼ା ଅଞ୍ଚଳରେ। ଜଙ୍ଗଲ ଉପରମୁଣ୍ଡରେ ନିଆଁ ଲଗାଇ ଶିକାର କରିବାକୁ ଯୋଜନା ଚଳାଉଥିଲେ ଶିକାରୀ । ଏହି ସମୟରେ ବନ ବିଭାଗ ସ୍କ୍ୱାଡ୍ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି । ନିଆଁ ଲଗାଇବା ଅଭିଯୋଗରେ ଗତ ୧୩ ତାରିଖରେ ପୁରୁଣାକଟକ ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା ।

ଆହୁରି ପଢନ୍ତୁ: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୩ ଗିରଫ

You might also like