୧୨ ବର୍ଷର ସାଥୀକୁ ପୋଲିସ ମର୍ଯ୍ୟାଦାର ସହ ଦେଲେ ଅଶ୍ରୁଳ ବିଦାୟ

ନବରଙ୍ଗପୁର: ସନ୍ଧାନୀ କୁକୁରକୁ ମିଳିଲା ପୋଲିସ ମର୍ଯ୍ୟାଦା। ମୃତ୍ୟୁ ପରେ ପୋଲିସ ମର୍ଯ୍ୟଦା ସହ ଏଇ କୁକୁରର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ।

ନବରଙ୍ଗପୁର ପୋଲିସ ସନ୍ଧାନୀ କୁକୁର ତାରାର ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ତାରା ଜିଲ୍ଲା ପୋଲିସରେ ୧୨ ବର୍ଷ ଧରି କାମ କରୁଥିଲା। ଏହି ସମୟସୀମା ମଧ୍ୟରେ ଅନେକ ମାମଲାର ସମାଧାନ ସଫଳତାର ସହ କରିଛି । ମାଓ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଅନେକ ଅପରେସନରେ ଏହି ସନ୍ଧନୀ କୁକୁର ଅନେକ ଜୀବନ ବଞ୍ଚାଇଛି ।

୨୦୦୯ ମସିହାରେ ଜିଲ୍ଲା ପୋଲିସରେ ଯୋଗ ଦେଇଥିଲା ସନ୍ଧାନୀ କୁକୁର ତାରା । ୫୦ରୁ ଅଧିକ ହତ୍ୟା, ଡକାୟତି ଭଳି ଅପରାଧ ମାମଲାର ତଦନ୍ତରେ ପୋଲିସକୁ ସହାୟତା କରିଛି ଏହି ସନ୍ଧାନୀ କୁକୁର ତାରା। ତାରାର ଉଲ୍ଲେଖନୀୟ  କାର୍ଯ୍ୟ ଲାଗି ତାକୁ ୨୦୧୭ ମସିହାରେ ସମ୍ମାନୀତ କରାଯାଇଥିଲା । ୨୦୧୮ରେ କୋରାପୁଟ ପୋଲିସରୁ ଆସି ନବରଙ୍ଗପୁର ପୋଲିସରେ ଯୋଗ ଦେଇଥିଲା ତାରା ।

ତାରାର ମୃତ୍ୟୁରେ ନବରଙ୍ଗପୁରଏସପି ନୀତିନ କୁଶଲକର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।………

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like