• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତର ରୂପ ନେଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ଚେନ୍ନାଇଠାରୁ ୭୩୦ କିଲୋମିଟର ପୂର୍ବ ଓ ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଛି।

ସେପଟେ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ଚାଷୀ। ଅନେକ ସ୍ଥାନରେ ଧାନ କଟା ସରିଥିବାବେଳେ, କିଛି ଚାଷୀ ଖଳାରେ  ଧାନ ଗଦା କରିଛନ୍ତି। ଆଉ କିଛି ଚାଷୀ ଧାନ ଅମଳ କରିବାରେ ଲାଗିଛନ୍ତି। ତେବେ ଠିକ୍ ଏହି ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଖାଲି ଧାନ ନୁହେଁ ଲଘୁଚାପ ବର୍ଷାକୁ ନେଇ କପା ଚାଷୀ ମଧ୍ୟ ଚିନ୍ତାରେ।

ଧାନ ଖଳାରେ ଗଦାଗଦା ଧାନ ପଡି ରହିଥିବା ଦେଖିବାକୁ ମିଳିଛି। ଧାନ କାଟିବା ପରେ ଅମଳ ଚାଲିଥିବାବେଳେ ଲଘୁଚାପ ଜନିତ ବର୍ଷାକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ଏହାକୁ ସାଇତି ରଖିବା ପାଇଁ ରାୟଗଡା ଅଞ୍ଚଳର ଚାଷୀ ଅଣ୍ଟା ଭିଡିଛନ୍ତି।

ଖାଲି ଧାନ ନୁହେଁ ରାୟଗଡ଼ା ଜିଲ୍ଲାରେ ପନିପରିବା ଓ କପା ଚାଷୀଙ୍କ ଅବସ୍ଥା ବି ସମାନ। ଗଛରେ କପା ଫୁଟି ଯାଇଥିବାରୁ ବର୍ଷା ହେଲେ କପା ନଷ୍ଟ ହେବା ଆଶଙ୍କାରେ ଚାଷୀ।

ସେହିପରି ଟିଟିଲାଗଡ଼ ନିକଟ କେନ୍ଦୁମୁଣ୍ଡି ଗାଁର ଚାଷୀ ବର୍ଷାକୁ ଡରି ଧାନକୁ ସାଇତି ରଖିବାରେ ବ୍ୟସ୍ତ। ସାରା ବର୍ଷର ଅର୍ଜିତ ଧନକୁ କିଭଳି ସାଇତି ରଖିବେ ସେଥିପାଇଁ ଜୋର୍‌ଦାର୍‌ରେ ଲାଗିପଡିଛନ୍ତି ଚାଷୀ।

ସେପେଟ ମେଘୁଆ ଆକାଶକୁ ଦେଖି ନୂଆପଡା ଅଞ୍ଚଳର ଚାଷୀଙ୍କ ମନରେ ମଧ୍ୟ ଛନକା ପଶିଛି। ଅମଳ ପରେ ଏଠାରେ ବିକ୍ରି ପାଇଁ ଚାଷୀ ଧାନ ମଣ୍ଡିକୁ ନେଇଛି। ହେଲେ ରଖିବା ପାଇଁ ଅନେକ ମଣ୍ଡିରେ ଗୃହ ନଥିବାରୁ ଖୋଲା ଆକାଶ ତଳେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନ ବସ୍ତା ପଡ଼ି ରହିଥିବା ନଜର ଆସିଛି ତେଣୁ ବର୍ଷା ହେଲେ କେମିତି ଧାନ ବିକ୍ରି ହେବ ତାକୁ ନେଇ ଆଶା ଆଶଙ୍କାରେ ଚାଷୀ।

Farmers-worried-for-rain-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories