• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କୋରାପୁଟ: ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ। ଘୂର୍ଣ୍ଣିଝଡ଼ ‘ପେତାଇ’ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ପେତାଇ ପ୍ରଭାବରେ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ସହ ପନିପରିବା ଚାଷ ବି ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ସେପଟେ ବର୍ଷା ଜନିତ ଫସଲ ନଷ୍ଟର ଆକଳନ ପାଇଁ ଟିମ୍ ଗଠନ କରି ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ଖୋଲା ଆକାଶ ତଳେ ଧାନ ପଡ଼ି ରହିଛି। ଅମଳ ସାରି କାଟିବା ବେଳକୁ ଦାଉ ସାଧିଲା ପ୍ରକୃତି। କିଏ ଧାନ କାଟି ଖଳାରେ ରଖିଛି ତ ପୁଣି କିଏ ଓଦା ଧାନକୁ ବସ୍ତାରେ ଭର୍ତ୍ତି କରୁଛି। ଏଭଳି କିଛି ଦୃଶ୍ୟ ଜୟପୁର ବ୍ଲକ ବାଲିଆ, ପଲକାପୁଟ, ଦିଗାପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ସେହିପରି ବ୍ଲକ୍‌ର ଦଳେଇପୁଟ୍‌ରେ ପନିପରିବା ଫସଲ ଉପରେ ମଧ୍ୟ ବର୍ଷା ଦାଉ ସାଧିଛି।

ତେବେ କେତେକ ଧାନ ଫସଲ ନଷ୍ଟ ହେବା ନେଇ ଆଶଙ୍କା ସହ ଧାନର ମାନ ବି ହ୍ରାସ ପାଇବା ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି।

ଏଯାଏ ବିଭାଗୀୟ  ଅଧିକାରୀମାନେ କ୍ଷେତ ଅନୁଧ୍ୟାନ କରି ନାହାନ୍ତି କି ଆକଳନ ବି କରି ନାହାନ୍ତି। କେବଳ ଘୂର୍ଣ୍ଣିଝଡ଼ ଆସିବା ପୂର୍ବରୁ ଚାଷୀଙ୍କୁ ସତର୍କ ସୂଚନା ଦେଇ ଚୁପ୍‌ ବସିଛି କୃଷି ବିଭାଗ।

ଅନ୍ୟପଟେ, କ୍ଷୟକ୍ଷତି ଆକଳନ ପାଇଁ ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

ଏବେ ଅପେକ୍ଷା କ୍ଷତି ସହିଥିବା ଚାଷୀଙ୍କ ପାଇଁ ପ୍ରଶାସନ କିମ୍ବା ସରକାର କି ପଦକ୍ଷେପ ନେଉଛନ୍ତି।

Farmers-worried-for-crop-damage-due-to-rainfall
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories