• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କେନ୍ଦୁଝର  :  ଟମାଟୋର ଅଭାବୀ ବିକ୍ରି ଜନିତ ସମସ୍ୟା ସହ ଯୁଝୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଚାଷୀ।  ବର୍ଷ ସାରା ଫସଲ ଉତ୍ପାଦନ ନିମନ୍ତେ ହେଉଥିବା ଶ୍ରମ ଓ ଖର୍ଚ୍ଚ ଅନୁଯାୟୀ ମୂଲ୍ୟ ମିଳୁନି । କିଲୋ ପ୍ରତି ୨ ଟଙ୍କାରେ ବି ବିକ୍ରି ହେଉନି ଟମାଟୋ । ନିଜ ଦୁଃଖ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଶେଷରେ ବିକ୍ଷୋଭ ରାସ୍ତା ଆପଣାଇଛନ୍ତି ସେମାନେ। ନିଜ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବାକୁ ବହୁ ସଂଖ୍ୟାରେ ଚାଷୀ  ତେଲକୋଇ ବ୍ଲକ ଅଫିସ ସମ୍ମୁଖ ରାସ୍ତାରେ ଟମାଟୋ ଫିଙ୍ଗି ପ୍ରତିବାଦ ଜଣାଇଛନ୍ତି।

ଧାର ଉଧାର କରି ଏକର ଏକର ଜମିରେ ଲଗାଇଥିବା ଟମାଟୋ ତୋଳିବାକୁ ବି ଏବେ ଚାଷୀଙ୍କ ନିକଟରେ ଟଙ୍କା ନାହିଁ।  ଟମାଟୋକୁ ବହୁ ଦିନ ପର୍ଯ୍ୟନ୍ତ ସାଇତି ରଖିବା ଓ ବଜାରରେ ବିକ୍ରି କରିବା ନିମନ୍ତେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ତେଣୁ  ଅଭାବୀ ବିକ୍ରି ଜନିତ ସମସ୍ୟାରେ ଅତିଷ୍ଠ ଚାଷୀ  ଆଜି ସାପ୍ତାହିକ ହାଟରେ ମଧ୍ୟ ଟମାଟୋ ବିକ୍ରି କରି ପାରି ନ ଥିଲେ। ପୁଣି ଗାଡ଼ି ଭଡ଼ା କରି ଘରକୁ ଫେରାଇ ନେବାକୁ ଟଙ୍କା ନ ଥିବାରୁ ସେମାନେ ତେଲକୋଇ ବ୍ଲକ ଅଫିସ ସମ୍ମୁଖରେ ଟମାଟୋ  ଫିଙ୍ଗି ଦେଇଥିଲେ ।

ତେଲକୋଇ ବ୍ଲକରେ ଚଳିତ ବର୍ଷ  ଅଧିକ ପରିମାଣର ଟମାଟୋ ଅମଳ ହୋଇଛି। ହେଲେ ସ୍ୱଳ୍ପ ଖାଉଟି ଓ ବଜାର ବ୍ୟବସ୍ଥା ନଥିବାରୁ ଏହାର ଅଭାବି ବିକ୍ରୀ ଦେଖାଦେଇଛି । ଏଥିଯୋଗୁ ମଜୁରୀ ଲଗାଇ ଟମାଟୋ ତୋଳିବାକୁ ବି ଚାଷୀ ଅମଙ୍ଗ ହେଉଛନ୍ତି । ଫଳରେ ଲୋକେ ମାଗଣାରେ ଟମାଟୋ ତୋଳି ନେଉଛନ୍ତି ନ ହେଲେ ଗାଈଗୋରୁ ଖାଉଛନ୍ତି। ଗତବର୍ଷ ମଧ୍ୟ କେନ୍ଦୁଝର ଜିଲାର ଟମାଟୋ ଚାଷୀ ଏପରି ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ପ୍ରତିବାଦ ଜଣାଇଥିଲେ ।

https://youtu.be/4UmfRGMaahE

Farmers-throw-tomato-in-road-in-keonjhar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories