• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହେଉଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଛି।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ଭୁବନେଶ୍ୱରରେ ପଟିଆ-ନନ୍ଦନକାନନ ରୋଡ୍, ମାଷ୍ଟର କ୍ୟାଣ୍ଟିନ୍‌ ଛକ ସମେତ ପ୍ରମୁଖ ସ୍ଥାନରେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡି ଚଳାଚଳରେ ଅସୁବିଧା ହୋଇଥିଲ॥

ରାସ୍ତା ଅବରୋଧ କରୁଥିବା ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଗିରଫ କରିଥିବା ଜଣାପଡ଼ିଛି। ପଟିଆ-ନନ୍ଦନକାନନ ରାସ୍ତାରୋକ ବେଳେ ୧୦ ଜଣଙ୍କୁ ପୁଲିସ୍‌ ଉଠାଇନେଇଥିବା ବେଳେ ଭଦ୍ରକ ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଅବରୋଧ ବେଳେ ୨୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଅଟକ ରଖିଛି। ସେହିପରି ଜଗତସିଂହପୁର ଜିଲ୍ଲା ବସ୍‌ଷ୍ଟାଣ୍ଡରୁ ୩୦ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ପୁଲିସ୍‌ ଉଠାଇ ନେଇଛି।

ଲମତାପୁଟରେ ଚାଷୀମାନେ ଓଡ଼ିଶା ବନ୍ଦ ପାଳନ କରିଛନ୍ତି। କୋରାପୁଟ ଜିଲ୍ଲା ବିଜେପି ଓ କଂଗ୍ରେସ କର୍ମୀଙ୍କ ସମର୍ଥନରେ ଚାଷୀମାନେ ଲମତାପୁଟ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଦୋକାନବଜାର ସବୁ ବନ୍ଦ ରହିଛି। ଅନକାଡେଲିଠାରୁ ଜୟପୁର-କୋରାପୁଟକୁ ଯାତାୟାତ କରୁଥିବା ସମସ୍ତ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

କନ୍ଧମାଳ ଜିଲ୍ଲା ଫୁଲବାଣୀରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଫୁଲବାଣୀ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ସହରର ପ୍ରମୁଖ ରାସ୍ତାରେ ଚାଷୀମାନେ ବସି ରାସ୍ତା ଅବରୋଧ କରିଛନ୍ତି। ମାଦିକୁନ୍ଦା ଛକରେ ସରକାରଙ୍କ ବିରୋଧରେ ସ୍ଳୋଗାନ୍‌ ଦେଇ ବନ୍ଦ ପାଳନ କରାଯାଉଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଜଗତସିଂହପୁର ଜିଲ୍ଲା ସଦର ମହକୁମା ସମେତ ୮ଟି ବ୍ଲକ୍‌ରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ ଚାଲିଛି। ସଂଗଠନର କର୍ମକର୍ତ୍ତାମାନେ ଜଗତସିଂହପୁର ଜିଲ୍ଲା ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି। ସେପଟେ ଆନ୍ଦୋଳନକୁ ସମର୍ଥନ କରି ଦୋକାନବଜାର ମଧ୍ୟ ବନ୍ଦ ରହିଛି।

ଭଦ୍ରକରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ ହୋଇଛି। ସଂଗଠନର କର୍ମକର୍ତ୍ତା ଓ ଚାଷୀମାନେ ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ପାଖରେ ବନ୍ଦ ପାଳନ କରିଛନ୍ତି। ଏଥିସହ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଭଦ୍ରକରୁ କଟକ, ଭୁବନେଶ୍ୱର ଓ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିପରି ଭଣ୍ଡାରିପୋଖରୀରେ ମଧ୍ୟ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି।

ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଟ୍ୱିନ୍‌ସିଟିରେ କମିଶନରେଟ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୩୦ ପ୍ଲାଟୁନ୍‌ ଓ କଟକରେ ୧୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

https://youtu.be/wCxMbfFOjeE

Farmers-taken-into-preventive-custody-by-police
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories