ମରୁଡ଼ି ଘୋଷଣା ଦାବିରେ ରାସ୍ତା ଅବରୋଧ

କଳାହାଣ୍ଡି: ରାସ୍ତାରେ ବସିଲେ ଚାଷୀ। କଳାହାଣ୍ଡି ଜିଲ୍ଲାରେ ଆମ୍‌ପାଣିରେ ଚାଷୀଙ୍କ ରାସ୍ତା ଅବରୋଧ। କୋକସରା ବ୍ଲକ୍‌କୁ ମରୁଡି ଘୋଷଣା ଦାବି ନେଇ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

ଶତାଧିକ ସଂଖ୍ୟାରେ ଚାଷୀ ଏକାଠି ହୋଇ ଭବାନୀପାଟଣା-ଜୟପୁର ରାସ୍ତାରୋକ୍‌ କରିଛନ୍ତି।

କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ଏହି ଅର୍ଥନୈତିକ ଅବରୋଧ କରାଯାଇଛି। ରାସ୍ତା ଅବରୋଧ ହେବା ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି।

You might also like