ମଣ୍ଡିରେ ଧାନ ନେଉ ନଥିବାରୁ ତାତିଲେ ଚାଷୀ

କଟକ: ଧାନ ମଣ୍ଡିରେ ଅଚଳାବସ୍ଥାକୁ ନେଇ ତାତିଲେ ଚାଷୀ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କୋକଳବା ଛକରେ ରାସ୍ତାରେ ଧାନ ଢାଳି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ କଟକ-ନରସିଂହପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି।

ମଣ୍ଡିରେ ସପ୍ତାହକୁ  ଥରେ ଧାନ ସଂଗ୍ରହ ବ୍ୟବସ୍ଥା ରହିଥିବା ବେଳେ ମିଲର୍ସମାନେ ଦୁଇ ଦୁଇ ଥର ଧାନ ନେବାକୁ ଆସି ନଥିଲେ।

ଫଳରେ ଧାନ ବିକ୍ରି କରି ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରତିବାଦ ସ୍ୱରୂପ ଚାଷୀମାନେ ରାସ୍ତାରେ ଧାନ ଢାଳିବା ସହ ଧାନବସ୍ତା ସବୁ ଆଣି ଆସି ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ।

You might also like