• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ହୀରାକୁଦ: ହୀରାକୁଦ ଡ୍ୟାମର ଦକ୍ଷିଣ ପାର୍ଶ୍ୱରେ ପ୍ରସ୍ତାବିତ ସ୍ପିଲୱେ ନିର୍ମାଣ ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରାରେ ଏହି ଅଞ୍ଚଳର ଚିତ୍ର ଉତ୍ତୋଳନ କରାଯାଇଛି। ଏହାକୁ ଦେଖିବା ପରେ ହୀରାକୁଦ ଅଞ୍ଚଳ ଚାଷୀଙ୍କ ମଧ୍ୟରେ ଛନକା ପଶିଛି । ଚାଷୀ ଏଠାରେ ସ୍ପିଲ ୱେ ନିର୍ମାଣକୁ ବିରୋଧ କରୁଛନ୍ତି।

ଏଠାରେ ସ୍ପିଲ ୱେ ନିର୍ମାଣ ହେଲେ ଚାଷୀ ପୁଣିଥରେ ସେମାନେ ବିସ୍ଥାପିତ ହେବେ, ଚାଷଜମି ହରାଇବେ। ଥରେ ହୀରାକୁଦ ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିଲେ। ତେଣୁ ଆଉ ଥରେ ଜୀବିକା ହରାଇବା ଆଶଙ୍କାରେ ଚାଷୀମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ତେଣୁ ଏହାର ବିରୋଧରେ ଚାଷୀ ହୀରାକୁଦ ମୁଖ୍ୟଯନ୍ତ୍ରୀଙ୍କୁ ଭେଟି  ଗୁହାରି କରିଛନ୍ତି ଯେ,  ଡ୍ୟାମ ନିର୍ମାଣ ବେଳେ ବିସ୍ଥପିତ ହୋଇଥିଲେ, ଏବେ ସ୍ପିଲୱେ ନିର୍ମାଣ ହେଲେ ଜୀବିକା ହରାଇବାକୁ ପଡ଼ିବ । ତେଣୁ ସ୍ପିଲ ୱେ ନ କରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷେ ହୀରାକୁଦ ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଏହା କେବଳ ସର୍ଭେ ଷ୍ଟେଜରେ ଅଛି । ୩ଟି ବିକଳ୍ପ ସ୍ଥାନ ଦେଖାଯାଇଛି । ସେଥିମଧ୍ୟରୁ ଯେଉଁଟି ଉପଯୁକ୍ତ ହେବ ସେଠାରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ହେବ ।

Farmers-protest-additional-spillway-at-hirakud-dam-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories