କ୍ଷୀରରେ ଭାସିଲା ରାସ୍ତା
ସାଲେପୁର: କ୍ଷୀରରେ ଭାସିଲା ରାସ୍ତା। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡ଼ାରେ। ଓମ୍ଫେଡ୍ ପକ୍ଷରୁ କ୍ଷୀର ନେବାକୁ ମନା କରାଯିବା ଅଭିଯୋଗରେ ଦୁଗ୍ଧ ଚାଷୀମାନେ ରାସ୍ତା ଉପରେ ଶହଶହ ଲିଟର କ୍ଷୀର ଢାଳିଦେଇଛନ୍ତି।
ଓମ୍ଫେଡ୍ ହଠାତ କ୍ଷୀର ନେବାକୁ ମନା କରିଦେବା ସହ ଗୋଖାଦ୍ୟ ଦେବାକୁ ମନା କରିଦେଇଥିଲା। ସେମାନେ ଅଭିଯୋଗ କରିଛନ୍ତି। ଫଳରେ ବଜାର ମଧ୍ୟ ଖୋଲା ନଥିବାରୁ ଗୋଖାଦ୍ୟ ଅଭାବ ଦେଖାଦେଇଛି। ଏପଟେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ସେପଟେ ସ୍ଥାନୀୟ ଦୁଗ୍ଧ ସଂଗ୍ରାହକ ମଧ୍ୟ ଓମ୍ଫେଡ କ୍ଷୀର ନେଉନଥିବାରୁ ସେ ଚାଷୀଙ୍କୁ ଫେରାଇ ଦେଉଥିବା କହିଛନ୍ତି।
ଲକ୍ଡାଉନ୍ ନେଇ କ୍ଷୁବ୍ଧ ଦୁଗ୍ଧ ଚାଷୀ: ରାସ୍ତାରେ ଢାଳିଦେଲେ ୮୦ ଲିଟର୍ କ୍ଷୀର