ସରକାରଙ୍କ କାଳିଆ ଯୋଜନାକୁ ଭର୍ତ୍ସନା କଲା କୃଷକ ସଂଗଠନ

ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଭର୍ତ୍ସନା କଲା ଚାଷୀ ସଂଗଠନ। ରାଜ୍ୟ ସରକାରଙ୍କର ଏହି ଯୋଜନାକୁ ନିର୍ବାଚନୀ ଥୋପ ବୋଲି କହିଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି।

ଏହା ନକରି ଧାନ ଉପରେ ବୋନସ୍ ଓ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବାକୁ ଦାବି କରିଛି ସମିତି। ଏହା ନହେଲେ ଆସନ୍ତା ଫେବ୍ରୁଆରୀରୁ ଚାଷୀ ଆନ୍ଦୋଳନ ତୀବ୍ର କରିବାକୁ ଧମକ ଦେଇଛି ସମିତି।

ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, ସବୁ ବର୍ଗର ଚାଷୀଙ୍କ ପାଇଁ କାଳିଆ ଯୋଜନା ଉଦ୍ଦିଷ୍ଟ। MSP ବୃଦ୍ଧି ଓ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ ଦାୟିତ୍ୱ କେନ୍ଦ୍ରର।

You might also like