ଧାନ ଅମଳ କରି ଚିନ୍ତାରେ ଚାଷୀ

ସମବାୟ ଅଫିସ ଆଗରେ ମାସେ ହେଲା ଜଗି ବସିଛନ୍ତି

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ, ମନୋଜ ସ୍ୱାଇଁ) : ଝାଳବୁହା ପରିଶ୍ରମ କରି ଧାନ ଅମଳ କରିଥିବା ଚାଷୀ ଏବେ ଚିନ୍ତାରେ। କାରଣ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି। ସମବାୟ ଅଫିସ୍ ଆଗରେ ଧାନ ଥୋଇ ମାସେ ହେଲାଣି ବସି ରହିଛନ୍ତି ଚାଷୀ।

ଖୋଲା ଆକାଶ ତଳେ ପଡ଼ିଛି କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ। ନିଜର କଷ୍ଟ ଅର୍ଜିତ ଧାନକୁ ଶୀତ କାକରରେ ଜଗି ବସିଛି। ମାସେ ବିତିଲାଣି, କିନ୍ତୁ ମିଲର୍ କି ସୋସାଇଟି କର୍ତ୍ତୃପକ୍ଷଙ୍କ ଦେଖାନାହିଁ। ଫଳରେ ନିରାଶ ହୋଇ ଆନ୍ଧ୍ର ବେପାରୀଙ୍କୁ କମ୍‌ ଦାମରେ ଧାନ ବିକ୍ର କରିବାକୁ ସେମାନେ ବାଧ୍ୟ ହେଉଥିବା କ୍ଷୋଭର ସହ କହିଛନ୍ତି ଚାଷୀ।

ମାସେ ହେଲା ଧାନ ପଡ଼ିରହିବାରୁ ଅଖା ଫାଟି ଧାନ ନଷ୍ଟ ହେବାରେ ଲାଗିଛି। ପୁଣି ଦାଉ ସାଧିଛି ବର୍ଷା। ସେପଟେ ଜିଲ୍ଲାପାଳ କହିଛନ୍ତି, କେନ୍ଦ୍ରାପଡ଼ାରେ ଧାନ ବିକା ନେଇ ଅଭିଯୋଗ ହୋଇନି। ଯଦି ହୋଇଥିବ, ତେବେ ଏନେଇ ସେ ତୁରନ୍ତ ପଦକ୍ଷେପ ନେବେ।

You might also like