• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଚାଷୀର ପିଛା ଛାଡୁନି ସମସ୍ୟା । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ରୋଗପୋକ ଦାଉ। ଆଉ ଏବେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। କଟକ ଜିଲ୍ଲା ବାଙ୍କୀ ଓ କେନ୍ଦୁଝର ଜିଲ୍ଲା ତେଲକୋଇରେ ଦେଖାଦେଇଛି ଏପରି ସମସ୍ୟା। ଚାଷୀର ବର୍ଷକର କଷ୍ଟ ପରେ ବିଲରେ ହୋଇଥିବା କୋବି, ବାଇଗଣ, କଲରା ସବୁ ନଷ୍ଟ ହୋଇଯାଇଛି। ମୁଗ, ବିରି ଗଛ ସବୁ ଧୋଇ ହେଇଯାଇଛି।

ଏ ହେଉଛି କଟକ ଜିଲ୍ଲା ବଦମ୍ବା, ନରସିଂହପୁର, ବାଙ୍କୀ ପରିବା ଚାଷର ଅବସ୍ଥା । ଅମଳ ସମୟରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଫସଲ ସବୁ ନଷ୍ଟ ହୋଇଯାଇଛି । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।  କେମିତି ଋଣ ଭାର ଶୁଝିବେ ଓ କେମିତି ପରିବାର ଚଳିବ ସେନେଇ ଚିନ୍ତାରେ ଚାଷୀ ।

ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ତରଭୁଜ ଚାଷ ଜମିର ମଧ୍ୟ ସମାନ ଅବସ୍ଥା। କୁଆପଥର ମାଡରେ ତରଭୁଜ ଫାଟିଯିବା ସହିତ ତରଭୁଜ ଲତାଗୁଡିକ ନଷ୍ଟ ହୋଇଯାଇଛି। କିଛି ଯୁବ ଚାଷୀ ତରଭୁଜ ଚାଷ କରି ବେଶ୍ ଦୁଇପଇସା ରୋଜଗାର କରିବାକୁ ଆଶା ରଖିଥିଲେ ।

ହେଲେ କୁଆପଥର ବର୍ଷା ମାଡରେ ବ୍ଲକର ଜଗମୋହନପୁର ପଞ୍ଚାୟତ, ସଲେଇକେନା ପଞ୍ଚାୟତର ତରଭୁଜ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ସେପଟେ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର।

Farmers-in-prolem-in-cuttack-and-keonjhar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories