ବ୍ରହ୍ମପୁର : ପେତାଇ ଯୋଗୁଁ ଚିନ୍ତାରେ ଚାଷୀ। କାରଣ ଧାନ ଅମଳ ସରି ନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଯାଏ ଧାନ ଘରକୁ ଆସି ନାହିଁ। ବିଲରୁ କାହାର ଧାନ କଟା ସରି ନାହିଁ, କାହାର ଖଳାରେ ଧାନ ପଡ଼ି ରହିଛି।
ବାତ୍ୟା ମାଡ଼ି ଆସୁଥିବାରୁ ତରତର ହୋଇ ଚାଷୀମାନେ ଧାନ ଅମଳ କରିବାରେ ଲାଗିଛନ୍ତି। କିଏ ଧାନ କାଟି ବିଲରୁ ଖଳାକୁ ବୋହିବାରେ ବ୍ୟସ୍ତ ତ କିଏ ଖଳାରୁ ଘରକୁ ଧାନ ନେଉଛି। ଲୋକ ଲଗାଇ ଧାନ କଟା ପାଇଁ ସମୟ ନ ଥିବାରୁ ଚାଷୀମାନେ ମେସିନର ସାହାଯ୍ୟ ମଧ୍ୟ ନେଉଛନ୍ତି। ତଥାପି ଆଜି ସଂଧ୍ୟା ସୁଦ୍ଧା ଧାନ ଘରକୁ ଆଣିବା ଏକ ପ୍ରକାର ଅସମ୍ଭବ।
ଆଜି ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇପାରେ। ବର୍ଷାରେ ଧାନ ଭିଜିଗଲେ, ବର୍ଷ ଯାକର ପରିଶ୍ରମ ବୃଥା ହୋଇଯିବ। ତେଣୁ ଚିନ୍ତାରେ ପଡ଼ିଛି ଚାଷୀ।