ମଣ୍ଡିରେ ପଡ଼ି ରହିଛି ବସ୍ତା ବସ୍ତା ଧାନ, ହୋଇପାରୁନି ବିକ୍ରି

ଧାନ ମଣ୍ଡିରେ ଚାଷୀଙ୍କୁ ଦାଉ ସାଧୁଛି କଟନୀ ଛଟନୀ

ନୂଆପଡ଼ା : ଧାନ ମଣ୍ଡିରେ ଚାଷୀଙ୍କୁ ଦାଉ ସାଧୁଛି କଟନୀ ଛଟନୀ। ମଣ୍ଡିରେ ବସ୍ତା ବସ୍ତା ଧାନ ଅଛି ହେଲେ କ୍ରୟ ହୋଇପାରୁନି। ଦିନ ରାତି ନିଜ ଧାନ ପାଖରେ ବସି ଜଗୁଆଳ ସାଜିଛନ୍ତି ଚାଷୀ। ହେଲେ ମିଲର୍ସଙ୍କ ଦେଖା ନାହିଁ। ଯେଉଁ ମିଲର୍ ଆସୁଛନ୍ତି ଧାନ ଏଫଏକ୍ୟୁ  ମାନର ନ ହେଲେ ୨ରୁ ଅଢେଇ କେଜି କାଟିବେ ବୋଲି କହୁଛନ୍ତି।

ଆଉ ଚାଷୀ ଏହାକୁ ଯଦି ବିରୋଧ କରୁଛନ୍ତି। ତେବେ ଧାନ କିଣିବାକୁ ରୋକ୍‌ଠୋକ୍ ମନା କରି ଦେଉଛନ୍ତି ମିଲର୍ସ। ଫଳରେ ନୂଆପଡ଼ା ଜିଲ୍ଲା ଧରମବନ୍ଧା ଓ ମୋହରାଡିହି ମଣ୍ଡି ଗଲା ୨ ଦିନ ହେବ ଅଚଳ ହୋଇପଡିଛି। ଆଶାନୁରୂପ ଧାନ କିଣାଯାଇ ନଥିବାରୁ ଏବେ ଚିନ୍ତାରେ ଅଛନ୍ତି ଚାଷୀ।

ସେପଟେ ଜିଲ୍ଲାରେ ୬୧ଟି ମଣ୍ଡିରୁ ୪୭ଟି ମଣ୍ଡି ଚାଲିଛି। ଆଜି ପର୍ଯ୍ୟନ୍ତ୧ ଲକ୍ଷ ୨୪ ହଜାର କ୍ୱିଣ୍ଟାଲ ଧାନ ଉଠିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ଏଥିସହ କୌଣସି ମଣ୍ଡିରେ ଧାନ କଟନୀ ଛଟନୀ ହେଉନି। କିଛି ସ୍ଥାନରେ ସମସ୍ୟା ଥିଲା ତାହା ମଧ୍ୟ ସମାଧାନ ହୋଇଯାଇଛି ବୋଲି ସେ କହିଛନ୍ତି।

You might also like