• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭୁବନେଶ୍ୱର: ଦୁର୍ଦ୍ଦଶା ଚାଷୀଙ୍କ ପିଛା ଛାଡୁନି। ଧାନ ପରେ ଏବେ ପନିପରିବାର ଅଭାବୀ ବିକ୍ରି ସମସ୍ୟାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖାସ୍ କରି କୋବି ଚାଷୀଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଛି।

ଏବର୍ଷ ଅନୁକୂଳ ପାଗ ଯୋଗୁ କୋବି ଚାଷ ଭଲ ହୋଇଛି। ତେବେ ଚାଷୀଙ୍କ ମନରେ ଖୁସି ନାହିଁ। କାହିଁକି ନା ହେକ୍ଟର ହେକ୍ଟର ଜମିରେ କୋବି ଚାଷ କରିଥିବା ଚାଷୀ ଭଲ ଉତ୍ପାଦନ ଦୃଷ୍ଟିରୁ ଭଲ ଦିପଇସା ପାଇବା କଥା। କିନ୍ତୁ ସଂରକ୍ଷଣ ସୁବିଧା ନଥିବାରୁ ଚାଷୀମାନେ ଶାଗମାଛ ଦରରେ କ୍ଷେତରେ ହିଁ କୋବି ବିକିବାକୁ ବାଧ୍ୟ ହେଉଛନ୍ତି।

କୋବି ପିଛା ଉତ୍ପାଦନ ଖର୍ଚ୍ଚ ୮ରୁ ୧୦ ଟଙ୍କା ପଡୁଥିବା ବେଳେ, ୩ରୁ ୪ ଟଙ୍କାରେ ବିକିବାକୁ ପଡୁଛି। ଏମିତିକି କେତେକ ସ୍ଥାନରେ କୋବି ଟଙ୍କେରୁ ଦି ଟଙ୍କାରେ ମିଳୁଛି। ଫଳରେ ତୋଳା ଖର୍ଚ୍ଚ ବି ଉଠୁନି। ତେଣୁ ଚାଷୀ ବିଲରେ କୋବି ଛାଡ଼ି ଦେଉଛନ୍ତି।

ଭଦ୍ରକ ରସୁଲପୁରର କୋବି କ୍ଷେତ ହିଁ ଚାଷୀର ଦୁର୍ଦ୍ଦଶା ବର୍ଣ୍ଣନା କରୁଛି। ଏପଟେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଶାଗମାଛ ଦରରେ ଫସଲ ବିକି ଦେବାକୁ ବାଧ୍ୟ ହେଉଛି।

ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କ୍ଷେତ ସବୁ କୋବି ଫସଲରେ ହସୁଛି। ତେବେ ଫସଲ ବିକିବା ବେଳକୁ ଚାଷୀ ହତାଶ ହେଉଛି। କାହିଁକ ନା ବିଲ ମୁଣ୍ଡରେ କୋବି ପିଛା ୩ରୁ ୪ ଟଙ୍କାରୁ ଅଧିକ ଦେବାକୁ ବ୍ୟବସାୟୀମାନେ ରାଜି ହେଉନାହାନ୍ତି।

କୋବିର ଅଭାବୀ ବିକ୍ରି ରୋକିବା ଲାଗି ସରକାର କିଛି ପଦକ୍ଷେପ ନିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି। ଅନ୍ୟପଟେ ,ପନିପରିବା ସଂରକ୍ଷଣ ଲାଗି ରାଜ୍ୟରେ ଶୀତଳ ଭଣ୍ଡାରର ଘୋର ଅଭାବ ଥିବା ବେଳେ ସମବାୟ ମନ୍ତ୍ରୀଙ୍କ ଯୁକ୍ତି କିନ୍ତୁ ଅଜବ। ଅର୍ଗାନିକ୍ ଫାର୍ମିଂ ହେଉନଥିବାରୁ ରାଜ୍ୟରୁ ଉତ୍ପାଦିତ ପନିପରିବା ବିଦେଶକୁ ରପ୍ତାନୀ ହୋଇପାରୁନଥିବା ମନ୍ତ୍ରୀ କହିଛନ୍ତି।

ମଣ୍ଡି ସମସ୍ୟା ଓ ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ହତାଶ ହୋଇପଡ଼ିଥିବା ବେଳେ ଭଲ ଫସଲ ସତ୍ତ୍ୱେ ପରିବାର ଉଚିତ୍ ମୂଲ୍ୟ ନମିଳିବା ଚାଷୀଙ୍କୁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି।

Farmers-forced-to-sell-vegetables-at-low-prices
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories