ଅମଳ ପରେ ଚାଷୀଙ୍କୁ ଏବେ ଧାନ ବିକ୍ରି ଚିନ୍ତା

କଳାହାଣ୍ଡି: ଅମଳ ପରେ ଏବେ ଧାନ ବିକ୍ରି ଚିନ୍ତା। ମଣ୍ଡି ଖୋଲାରେ ବିଳମ୍ବ ହେଉଥିବା ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏଯାଏ ମଣ୍ଡି ଖୋଲା ଯାଇନି। ଧାନ କିଣାରେ ବିଳମ୍ବ ଫଳରେ ଗାଁ ଗାଁରେ ଦଲାଲ ସକ୍ରିୟ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅନ୍ୟ ପଟେ ଧାନ ସଂଗ୍ରହ ଲାଗି ପ୍ୟାକ୍ସ ପ୍ରସ୍ତୁତ ଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

ଅମଳ କରି ଧାନ ଗଦାଇ ରଖିଥିଲେ ମଧ୍ୟ ଚାଷୀ ବିକ୍ରି କରି ପାରୁ ନାହାନ୍ତି। ଏପରିକି ଚାଷୀଙ୍କୁ ଏଡ୍‌ଭାନ୍ସ ଟୋକନ୍‌ ବି ମିଳିନି। ମଣ୍ଡି ଖୋଲାରେ ବିଳମ୍ବ ଯୋଗୁଁ ଦଲାଲ ସକ୍ରିୟ ହୋଇ ଚାଷୀଙ୍କ ଠାରୁ ଅଳ୍ପ ଟଙ୍କାରେ ଧାନ କିଣୁଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଜିଲ୍ଲାରେ ଧାନ ସଂଗ୍ରହ ଲାଗି ସମସ୍ତ ପ୍ୟାକ୍ସ ପ୍ରସ୍ତୁତ ଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ତେବେ ପଞ୍ଜୀକୃତ ପ୍ୟାକ୍ସ ସହ ସଂପୃକ୍ତ ଚାଷୀ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ଚଳିତ ବର୍ଷ ଜିଲ୍ଲାରେ ୪୮ ଲକ୍ଷ କ୍ୱିଣ୍ଟାଲ୍‌ ଧାନ କିଣା ଟାର୍ଗେଟ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ କ୍ୱିଣ୍ଟାଲ୍‌ ଧାନ କିଣା ଯିବ ବୋଲି ଜଣାପଡ଼ିଛି।

(ଭବାନୀପାଟଣାରୁ ରାଜ କୁମାର ସିଂଦେଓଙ୍କ ରିପୋର୍ଟ)

 

You might also like
Comments
Loading...