ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା

ବରଗଡ଼: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଧାନ ବିକ୍ରି ନହୋଇ ପଡ଼ି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି।

କିଛି ସ୍ଥାନରେ ଧାନ ଅମଳ ସରିଥିବା ବେଳେ ମଣ୍ଡି ଖୋଲିନଥିବାରୁ ଚାଷୀମାନେ ଧାନ ବିକ୍ରି କରି ପାରୁନାହନ୍ତି। ଅନ୍ୟପଟେ, ଧାନ ସଂଗ୍ରହ ଠିକ୍‌ ଚାଲିଥିବା ମନ୍ତ୍ରୀ କହିଛନ୍ତି। ତେବେ FAQ ଟେଷ୍ଟକୁ କିଛି ଚାଷୀ ମାନୁନଥିବାରୁ ସମସ୍ୟା ଦେଖାଦେଇଥିବା ମନ୍ତ୍ରୀ ସଫେଇ ଦେଇଛନ୍ତି।

ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା ପଡ଼ି ରହିଥିବା ଦେଖିବାକୁ ମିଳିଛି। ଦିନେ କି ଦୁଇ ଦିନ ନୁହେଁ, ୧୦ ଦିନ ହେବ ମାର୍କେଟ ୟାର୍ଡରେ ଧାନ ବସ୍ତା ପଡ଼ି ରହିଛି। ବରଗଡ଼ ଜିଲ୍ଲା କଳାପାଣି ମାର୍କେଟ୍‌ ୟାର୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ତେବେ ଖାଲି ଏଠି ନୁହେଁ ଜିଲ୍ଲାର ବିଭିନ୍ନ ମାର୍କେଟ୍‌ ୟାର୍ଡରେ ଧାନ ବିକ୍ରିକୁ ନେଇ ଅଚଳାବସ୍ଥା ଦେଖାଦେଇଛି। ବେପାରୀମାନଙ୍କ ଧାନ ଆଗ ଉଠାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି।

ଏପଟେ ସୁନ୍ଦରଗଡ଼ ଜିଲ୍ଲା  ବଣାଇରେ ଏଯାଏ ମଣ୍ଡି ଖୋଲି ନଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି।

ବରଗଡ଼ରେ ଧାନ ବିକ୍ରି ଅବ୍ୟବସ୍ଥା ସଂପର୍କରେ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ଯେ,ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ପ୍ରତି ମଣ୍ଡିରେ FAQ  ମାନ ନିର୍ଦ୍ଧାରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ଥିବା ସମବାୟ ମନ୍ତ୍ରୀ କହିଛନ୍ତି। କିଛି ଚାଷୀ FAQ  ପରୀକ୍ଷା ପାଇଁ ରାଜି ହେଉନଥିବାରୁ ସମସ୍ୟା ଦେଖାଦେଇଥିବା ସେ ସଫେଇ ଦେଇଛନ୍ତି। ଏପର୍ଯ୍ୟନ୍ତ ୧ ଲକ୍ଷ ୬୮ ହଜାର ମେଟ୍ରିକ୍ ଟନ୍‌ ଧାନ କିଣା ସରିଥିବା ସେ ସୂଚନା ଦେଇଛନ୍ତି।

FAQ ନାଁରେ କଟ୍‌ନୀ ହେଉ କି ମଣ୍ଡି ଖୋଲିବାରେ ବିଳମ୍ବ। ପ୍ରତି ବର୍ଷ ଧାନ ବିକ୍ରି ଲାଗି ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି। ତେବେ ପ୍ରଶାସନ କେବେ ଏହାର ସ୍ଥାୟୀ ସମାଧାନ ବାଟ ବାହାର କରୁଛି ତାକୁ ଚାଷୀ ମାନେ ଅପେକ୍ଷା କରି ରହିଛନ୍ତି।

(ବରଗଡ଼ରୁ ଦୀପକ ଶର୍ମା, ବଣାଇରୁ ରଞ୍ଜିତ ଚୌଧୁରୀଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

 

ଆହୁରି ପଢ଼ନ୍ତୁ

ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ଆର୍‌ଟିଓ ଅଫିସରେ ଚାଲିଛି ଦଲାଲ୍‌ଙ୍କ ରାଜ୍‌

ଅଶୋକ ଓ ଅନ୍‌ସାରୀଙ୍କ ଫଟୋ ପଛର ଅସଲ କାହାଣୀ ଜାଣିଛନ୍ତି କି ?

ସଂଗୀତ ମନସ୍କ ସରୋଜିନୀ ; ପରିଣତ ବୟସରେ ବି ତୁଟିନି ସଂଗୀତ ପ୍ରତି ମୋହ

ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ଗପ ନୁହେଁ ସତ କାହାଣୀ ; ବିଧବା ବୋହୂର ବାହାଘର କଲେ ଶାଶୂ

You might also like