ଧାନ କିଣା ଲାଗି ବିଳମ୍ବରେ ମିଳୁଛି ଟୋକନ୍‌

ମୟୂରଭଞ୍ଜ: ଧାନ କିଣା ବେଳେ ଟୋକନ୍‌ ପ୍ରଦାନରେ ଅନିୟମିତତା ଏବଂ ବିଳମ୍ବକୁ ନେଇ ତାତିଛନ୍ତି ଚାଷୀ।  ଉତ୍ତ୍ୟକ୍ତ ଚାଷୀ ମୟୂରଭଞ୍ଜ ଜିଲା ଉଦଳା  ବ୍ଲକ ଖଲାଡ଼ି ଲ୍ୟାମ୍ପସ୍‌ରେ ତାଲା ପକାଇଛନ୍ତି। ସେମାନେ ଲ୍ୟାମ୍ପସ୍‌ରେ ତାଲା ପକାଇବା ସହ ଏମ୍‌ଡି ଓ ଏଆରସିଏସ୍‌ଙ୍କୁ ଘେରିଥିଲେ ।

ଚାଷୀମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ହଜାରେ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପସ୍‌ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ହଜାରେ କୁଇଣ୍ଟାଲ ଧାନ ବଦଳରେ ୬ ଶହ କୁଇଣ୍ଟାଲ୍‌ର ଟୋକନ୍‌ ପ୍ରଦାନ କରାଯିବାରୁ  ଉତ୍ତେଜନା ସୃଷ୍ଟି ହୋଇଥିଲା। ମିଲର ଏବଂ ଏମ୍‌ଡିଙ୍କ ମଧୁଚନ୍ଦ୍ରିକାରେ ଶହ ଶହ  କୁଇଣ୍ଟାଲ୍‌ ଧାନ  କାଗଜପତ୍ରରେ ବିକ୍ରି କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି।

ଧାର୍ଯ୍ୟ ଦିବସରେ ସଠିକ୍ ପରିମାଣରେ ଧାନ କିଣା ଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏମିତିକି, ଲ୍ୟାମ୍ପସ୍‌ରେ କଟ୍‌ନୀ ଛଟ୍‌ନୀର ପରିମାଣ ମଧ୍ୟ ଅଧିକ ରହିଛି। ଏହା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।   ଏଥିରେ  ଅତିଷ୍ଠ ହୋଇ  ଖଲାଡ଼ି ଲ୍ୟାମ୍ପସ୍‌ ଏମ୍‌ଡି ବିପ୍ଳବ ରାଉତଙ୍କୁ ଚାଷୀମାନେ ଲ୍ୟାମ୍ପସ୍‌ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।   ସେମାନେ ଉପଖଣ୍ଡ ସମବାୟ ସହକାରୀ ନିବନ୍ଧକଙ୍କୁ କାର୍ଯ୍ୟାଳୟରେ ମଧ୍ୟ ଘେରିଥିଲେ।

 

ଆହୁରି ପଢ଼ନ୍ତୁ

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like